ଆଉଟସୋସିଂ କର୍ମଚାରୀ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜନଗର ପଟ୍ଟାମୁଣ୍ଡାଇ, ରାଜକନିକା ଆଳି ବ୍ଲକର ସମସ୍ତ ଆଉଟସୋସିଂ କର୍ମଚାରୀ ମାନଙ୍କୁ ନେଇ ପଟ୍ଟାମୁଣ୍ଡାଇ ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଏକ ଗୁରୁତ୍ବ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି |

ଏହି ବୈଠକରେ ସମ୍ପଦ କୁମାର ମହାନ୍ତି ସଭାପତିତ୍ବ କରିଥିଲେ ବୈଠକ ରେ ଆଗାମୀ ଆନ୍ଦୋଳନ ପାଇଁ ଏକ ରୀତି ମତ ଯୋଜନା ପ୍ରସ୍ତୁତ କରାଯିବା ପାଇଁ ଉପସ୍ଥିତ ଥ‌ିବା କର୍ମଚାରୀ ମାନେ ଆଲୋଚନା କରିଥିଲେ | ରାଜ୍ୟ ର ନୂତନ ଭାବେ ଦାଇତ୍ଵ ନେଇଥୁବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ପାଖରେ ଏକ ମାତ୍ର ଦାବି ରହିବ ଯେ ରାଜ୍ୟ ରେ ଥ‌ିବା ସମସ୍ତ ଆଉଟସୋସିଂ କର୍ମଚାରୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ |

ଏହି କର୍ମ ଚାରି ମାନେ ସ୍ବଳ୍ପ ବେତନ ରେ ନିୟମିତ କର୍ମଚାରୀ ମାନଙ୍କ ସମକକ୍ଷ କାର୍ଯ୍ୟ କରୁଛନ୍ତି |ଆଜିକାଲି ଏହି ମହଙ୍ଗା ଯୁଗରେ ଏହି ସ୍ବଳ୍ପ ଦରମା ରେ ଚାକିରୀ କରିବାଟା କଷ୍ଟ ସାଧ୍ଯ ହୋଇପଡୁଛି ତେଣୁ ଏହି ବିଷୟ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଗୁରୁତ୍ବର ସହିତ ବିଚାର କରି ଦାବିକୁ ମାନି ନେବାକୁ ସଂଘ ତରଫରୁ ଅନୁରୋଧ କରାଯାଇଛି l

Leave A Reply

Your email address will not be published.