ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆରଆଇ, ଅମିନ ପରୀକ୍ଷାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ କରି ଷ୍ଟୁଡେଣ୍ଟ୍ ଏଗେନ୍ଷ୍ଟ କରପ୍ସନ ସଂଗଠନ ପକ୍ଷରୁ କଟକରେ ଗୁରୁବାର ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଏହି ଦାବି ଜାରି ରହିଥିବା ବେବେଳେ ଆଗାମୀ ପରୀକ୍ଷା ପାଇଁ ଗତକାଲି ଆସିଥିବା ଆଡମିଟ୍ କାର୍ଡ ସବୁ ଡଙ୍ଗା କରି ଭସାଇଛନ୍ତି ପରୀକ୍ଷାର୍ଥୀ ।
ସୂଚନା ଅନୁସାରେ, ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇଥିବା ଆରଆଇ, ଅମିନ ପରୀକ୍ଷାରେ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ନିକଟରେ ରାଜଧାନୀ ଭୁବନେଶ୍ୱରରେ ଏକ ସାଇବର କାଫେରେ ଗ୍ରୁପ-ସି ଚାକିରି ପାଇଁ ପରୀକ୍ଷା କରାଯାଉଥିବା ଅଭିଯୋଗ ହୋଇଥିଲା। ଓଡ଼ିଶା ସବୋର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ(ଓଏସଏସଏସସି) ଦ୍ୱାରା ଆର୍ଆଇ, ଏଆର୍ଆଇ, ଆଇସିଡିଏସ ସୁପର ଭାଇଜର, ଅମିନ ପରୀକ୍ଷା ହେଉଥିବା ବେଳେ ପରୀକ୍ଷା କେନ୍ଦ୍ରରେ ବିଳମ୍ବରେ ପରୀକ୍ଷା ଆରମ୍ଭ ହେବାକୁ ନେଇ କେନ୍ଦ୍ରରେ ଉତ୍ତେଜନା ସୃଷ୍ଟି ହୋଇଥିଲା।
ଏହାକୁ ନେଇ ଆଜି ପୁଣି କଟକରେ ଆଶାୟୀଙ୍କ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ପରୀକ୍ଷା ବାତିଲ୍ ସହ ପୁନଃ ପରୀକ୍ଷା କରିବା ଦାବିରେ ଆନ୍ଦୋଳନ କରିବା ସହ ଆଶାୟୀମାନେ ଆଡମିଟ୍ କାର୍ଡକୁ ଡଙ୍ଗା କରି କାଠଯୋଡ଼ି ନଦୀରେ ଭସାଇଛନ୍ତି । ଏଥିସହିତ ଏନେଇ ସରକାର ତୁରନ୍ତ କାର୍ଯ୍ୟନୁଷ୍ଠାନ କରିବାକୁ ଦାବି କରିଛନ୍ତି ।
Comments are closed.