ଅବକାରୀ ଚଢାଉ; ମଦ ଜବତ ସହ ୩ ଗିରଫ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅବକାରୀ ଚଢାଉ, ମଦ ଜବତ ସହ ୩ ଗିରଫ। ବାଲେଶ୍ୱର ଜିଲ୍ଲା ସୋର ଅବକାରୀ ବିଭାଗ ତରଫରୁ ମାଟିଆପଲ୍ଲା ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗୁଡ଼ପୋଚ ନଷ୍ଟ କରିବା ସହିତ ଦେଶିମଦ ଜବତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।

ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ମାଟିଆପଲ୍ଲା ଛକ ନିକଟରେ ଚଢ଼ାଉ କରି ମନୋଜ ନାୟକ ନିକଟରୁ ୯୦ ଲିଟର ଦେଶିମଦ, ବିମଳା ନାୟକ ନିକଟରୁ ୬୦ ଲିଟର ଦେଶିମଦ ଜବତ କରିଥିବା ସୂଚନା ମିଳିଛି। ତା ସହାତ ସିଙ୍ଗାଖୁଣ୍ଟା ପଞ୍ଚାୟତ ଖଡ଼ିବଣିଆ ଗ୍ରାମ୍ୟ ଜଙ୍ଗଲରେ ୮୦୦ ଲିଟର ଗୁଡ଼ପୋଚକୁ ନଷ୍ଟ କରିବା ସହିତ ୬୦ ଲିଟର ଦେଶିମଦ ଜବତ କରି କଟି ସିଂ ନାମକ ମଦ ବେପାରୀକୁ ଗିରଫ କରିଛି ସୋର ଅବକାରୀ ଟିମ୍।

ସୋର ମେଡ଼ିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି ଅବକାରୀ ବିଭାଗ। ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ ଏବଂ କାଜଲ ପ୍ରିୟଦର୍ଶିନୀ ସାମିଲ ହୋଇଥିବା ଜଣାଯାଇଛି।

Comments are closed.