୨୨ରୁ ପ୍ରବଳ ବର୍ଷିବ; ଓଡ଼ିଶାକୁ ବାତ୍ୟା ଭୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରବିବାର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି ଘଡଘଡି ସହ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ସତର୍କତା ଜାରି ହୋଇଛି। ଏହା ଅତି ଭୀଷଣ ବାତ୍ୟା ରୂପ ନେଇପାରେ। ପବନର ବେଗ ୧୫୦କିମି ଡେଇଁପାରେ। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ ବର୍ଷା ନେଇ ରାଜ୍ୟର ୧୪ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ।

ଘୂର୍ଣ୍ଣିବଳୟ ପ୍ରଭାବରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୨ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ।  ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ପାଇଁ ପାଗ ଅନୁକୂଳ ରହିଥିଲେ ମଧ୍ୟ ଏହା ବାତ୍ୟା ରୂପ ନେବ କି ନାହିଁ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ଆସନ୍ତା ୨୩ ତାରିଖରୁ ତିନିଦିନ ଧରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି।

ଲଘୁଚାପ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହିତ ଅଧିକ ଘନୀଭୂତ ହୋଇ ୨୪ତାରିଖ ବେଳକୁ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ସାମୁଦ୍ରିକ ଝଡ଼ ପାଇଁ ପାଗ ଅନୁକୂଳ ରହିଥିଲେ ମଧ୍ୟ ଏହା ବାତ୍ୟା ରୂପ ନେବ କି ନାହିଁ ଏପର୍ଯ୍ୟନ୍ତ ପାଣିପାଗ ବିଭାଗ ଆକଳନ କରିନାହିଁ। ସମ୍ଭାବ୍ୟ ଅବପାତ ପ୍ରଭାବରେ ଆସନ୍ତା ୨୩ ତାରିଖରୁ ତିନିଦିନ ଧରି ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି।

Comments are closed.