ରେଲୱେ ଜେଇଙ୍କ ହାତଗୋଡ ବାନ୍ଧି ସଶସ୍ତ୍ର ଡକାୟତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ରେଲୱେ ଜେଇ ଦିଲ୍ଲୀପ ପଣ୍ଡାଙ୍କ ଘରୁ ସଶସ୍ତ୍ର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ପରିବାର ଲୋକଙ୍କ ସହ ଜେଇଙ୍କ ହାତଗୋଡ ବାନ୍ଧି ଲୁଟିନେଇଛନ୍ତି ଦୁର୍ବୃତ୍ତ। ୩୫ଭରିରୁ ଅଧିକ ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟ୍‌‌ ହୋଇଥିବା ସୂଚନା ରହିଛି |

ଏପରି ଘଟଣା ଘଟିଛି ରାଉରକେଲାରେ। ଏନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ରେଲୱେ ଜେଇ ଦିଲୀପ ପଣ୍ଡା। ତେବେ ସୂଚନା ମୁତାବକ, ଆଜି ସକାଳେ  କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଦିଲୀପଙ୍କ ଘରେ ପଶିଥିଲେ।

ଘରେ ଥିବା ଟଙ୍କା ପଇସା ଦେବାକୁ ପରିବାର ଲୋକଙ୍କୁ ଧମକ ଚମକ ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ଦିଲୀପଙ୍କ ହାତଗୋଡ଼ ବାନ୍ଧି ଦେଇ ଗୋଟିଏ ରୁମ୍‌ରେ ପୂରାଇ ଦେଇଥିଲେ। ପରେ ପରିବାର ସଦସ୍ୟଙ୍କୁ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟବୀତ କରିଥିଲେ। ଏହାପରେ ଘର ଆଲମାରିର ଲକ୍‌ ଭାଙ୍ଗି ଟଙ୍କା ପଇସା ନେଇ ଚମ୍ପଟ ମାରିଥିଲେ।

Leave A Reply

Your email address will not be published.