ପଞ୍ଚ ଭୂତରେ ବିଲୀନ ହେଲେ ଉତ୍କଳ କେଶରୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପଞ୍ଚଭୂତରେ ବିଲିନ ହେଲେ ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡା | ନିଜ ଜନ୍ମ ମାଟି ଡେରାବିଶ ଖମଳ ପଞ୍ଚାୟତ ସଲାର ଗ୍ରାମ ସ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା | ପୁଅ କଳିଙ୍ଗ କେଶରୀ ପରିଡା ଉତ୍କଳ କେଶରୀ ଙ୍କୁ ମୁଖାଗ୍ନି ଦେଇଥିଲେ | ଉତ୍କଳ କେଶରି ଙ୍କ ମର ଶରୀର ଡେରାବିଶ ଚାନ୍ଦୋଳ ରେ ପହଂଚିବା ପରେ ଶୋଭାଯାତ୍ରା କରାଯାଇ ଡେରାବିଶ ବ୍ଲକ ରେ ପରିଭ୍ରମଣ କରାଯାଇଥିଲା |

ଡେରାବିଶ ବ୍ଲକ କାର୍ଯ୍ୟାଳୟ ରେ ମର ଶରୀର ପହଂଚିବା ପରେ ବ୍ଲକ ବିଡ଼ିଓ ଙ୍କ ସମେତ ଡେରାବିଶ ବ୍ଲକ ଅଧକ୍ଷl ପ୍ରଭାତି ପରିଡା, ଉପାଧକ୍ଷ ଦେବାଶିଷ ଆଚାର୍ଯ୍ୟ ବରିଷ୍ଟ ନେତା ସରୋଜକାନ୍ତ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ | ସେହିଭଳି ତିନିମୁହାଣୀ ଛକ ରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଉତ୍କଳ କେଶରୀ ଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣlଇଥିଲେ | ଶେଷରେ ନିଜ ବାସଭବନରେ ଉତ୍କଳ କେଶରୀ ଙ୍କ ମର ଶରୀର ପହଂଚିବା ପରେ ପରିବାର ଆତ୍ମୀୟ ସ୍ୱଜନ, ସମର୍ଥକ, ପ୍ରଶଂସକ ସମସ୍ତେ ଭାବ ବିହ୍ଵଳ ହୋଇଥିଲେ | ବରିଷ୍ଟ ନେତା ବିଜୟ ମହାପାତ୍ର ମଧ୍ୟ ଉତ୍କଳ କେଶରୀ ଙ୍କୁ ଶେଷ ଦର୍ଶନ କରିବାକୁ ପହଂଚି ଥିଲେ | ଶେଷରେ ନିଜ ଜନ୍ମ ମାଟି ରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା | ଉତ୍କଳ କେଶରୀ ପରିଡା 24.1.1961 ମସିହା ରେ ସଲାର ଗ୍ରାମ ରେ ଜନ୍ମ ହୋଇଥିଲେ |

ମୃତୁ ବେଳକୁ ତାଙ୍କୁ 65 ବର୍ଷ ହୋଇଥିଲା | ଘନଶ୍ୟାମ ପରିଡା ଓ ମାଳତି ପରିଡା ଙ୍କ ବଡ଼ ପୁଅ ଥିଲେ ଉତ୍କଳ କେଶରୀ | ସେ କେଉଁଝରରେ ତାଙ୍କ ପ୍ରାଥମିକ ଶିକ୍ଷା ଲାଭ କରି 1980 ମସିହା ରେ ସାଲେପୁର ଅଟୋନୋମସ କଲେଜ ରୁ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇ ରାଜନୀତି ରେ ପାଦ ଥାପିଥିଲେ | ଦୀର୍ଘ 45 ବର୍ଷ ଧରି ସେ ସକ୍ରିୟ ରାଜନୀତି କରି ଆସୁଥିଲେ | 2004 ରୁ 2009 ଯାଏଁ ସେ ଓଡିଶା ଗଣ ପରିଷଦ ରୁ କେନ୍ଦ୍ରାପଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ | ସେ ପୂର୍ବରୁ ଡେରାବିଶ ବ୍ଲକ ଅଧକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି| ତାଙ୍କର ଅବର୍ତ୍ତମାନରେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଶୋକର ଛାୟା ଖେଳି ଯାଇଛି |

Leave A Reply

Your email address will not be published.