ନାବାଳିକାର ସନ୍ଦେହ ଜନକ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ୱର ଜିଲ୍ଲା ସୋର ଥାନା ସାଉଡ଼ ପଞ୍ଚାୟତ ପାଖରା ଗ୍ରାମରେ ଏକ ନାବାଳିକାର ସନ୍ଦେ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ନା ବାଳିକାଟି ଦୋଳିରେ ଝୁଲୁଥିବା ବେଳେ ତାର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।ସୂଚନା ଅନୁସାରେ ପାଖରା ଗ୍ରାମର ବିଜୟ ମହାପାତ୍ରଙ୍କ ଝିଅ ଶୁଭଶ୍ରୀ ମହାପାତ୍ର (୧୨) ଆଜି ଘର ବାରଣ୍ଡାରେ ଶାଢ଼ୀରେ ଲଗା ଯାଇଥିବା ଦୋଳିରେ ଝୁଲୁଥିବା ବେଳେ ସଂଜ୍ଞାହୀନ ହୋଇ ପଡିଥିଲେ।

ସେଠାରୁ ତାଙ୍କୁ ଉଦ୍ଧାର କରି ସୋର ମେଡ଼ିକାଲକୁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ସୂଚନା ଯୋଗ୍ୟ ବିଜୟ ପଶ୍ଚିମବଙ୍ଗରେ ଏକ କମ୍ପାନୀରେ କାମ କରୁଥିବା ବେଳେ ସ୍ତ୍ରୀ ଜୟନ୍ତୀ ତିନିଝିଅଙ୍କୁ ନେଇ ଘରେ ରୁହନ୍ତି। ପରିବାର ଚଳାଇବା ପାଇଁ ନିକଟସ୍ଥ କୋଚିଆକୋଇଲି ଛକରେ ଏକ ଲୁଗା ଦୋକାନ କରିଛନ୍ତି ଜୟନ୍ତୀ।

ଆଜି ଜୟନ୍ତୀ ଦୋକାନରେ ଥିବା ବେଳେ ତାଙ୍କ ଝିଅ ଶୁଭଶ୍ରୀ ଝୁଲୁଥିବା ଅବସ୍ଥାରେ ଅଚେତ ହୋଇ ପଡିଥିବା ନେଇ ଖବର ପାଇ ଘରକୁ ଆସିଥିଲେ। ସେଠାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଝିଅ ଶୁଭଶ୍ରୀକୁ ନେଇ ସୋର ଡାକ୍ତର ଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛି।

Leave A Reply

Your email address will not be published.