ଶ୍ରୀମନ୍ଦିରକୁ ବିପଦରେ ପକାଇ ସରକାରଙ୍କର ଐତିହ କରିଡ଼ର କାମକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ: ଓଡ଼ିଶା ବ୍ୟାପି ପ୍ରତିବାଦ କରିବାକୁ ଦେଲା ଚେତାବନୀ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିରକୁ ବିପଦରେ ପକାଇ ସରକାରଙ୍କର ଐତିହ କରିଡ଼ର ନାମରେ ହେଉଥିବା କାର୍ଯ୍ୟକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍ ସ୍ଥିତ ହୋଟେଲ କେଶରୀଠାରେ ବିଶ୍ବ ହିନ୍ଦୁ ପରିଷଦ, ଓଡ଼ିଶା ପୂର୍ବପ୍ରାନ୍ତ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଥିଲା ଏଥିରେ ସଂପାଦକ ଶ୍ରୀଯୁକ୍ତ ମହେଶ କୁମାର ସାହୁ କହିଛନ୍ତି ଯେ ଶ୍ରୀମନ୍ଦିରକୁ ସଂକଟରେ ପକାଇ ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ୧୦୦ମିଟର ପରିଧ ଭିତରେ କୈାଣସି ପ୍ରକାରର ଖନନ କାର୍ଯ୍ୟ କରିବା ପାଇଁ ପ୍ରତ୍ନତ୍ତତ୍ଵ ବିଭାଗର ନିୟମାବଳୀ ଭିତରେ ନଥିଲେ ମଧ୍ୟ ପ୍ରଶାସନ ଅନେକ ଅନୁଷ୍ଠାନ ତଥା ବୁଦ୍ଧିଜୀବି ମାନଙ୍କ ବିରୋଧ ସତ୍ତ୍ୱେ କରୁଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଶ୍ରୀ ମନ୍ଦିର କୋଟି କୋଟି ଓଡ଼ିଆ ତଥା ବିଶ୍ବର ଜଗନ୍ନାଥ ପ୍ରେମୀ ଭକ୍ତ ମାନଙ୍କର ଆସ୍ଥା ଏବଂ ବିଶ୍ବାସର କେନ୍ଦ୍ର ଅଟନ୍ତି ।ଏହି ଖନନ କାର୍ଯ୍ୟ କରିବା ଦ୍ବାରା ଶ୍ରୀ ମନ୍ଦିରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଯଦି ଏହା ବାସ୍ତବ ସତ୍ୟ ହୋଇଥାଏ ତେବେ ଶ୍ରୀ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମନକୁ ବହୁତ ଆଘାତ ଦେବ ।
ଏ ପରିପ୍ରେକ୍ଷୀରେ ମନ୍ଦିରର ଯଦି କୈାଣସି ପ୍ରକାରର ଅବକ୍ଷୟ ହୁଏ ଦାୟୀ କିଏ ? ଶ୍ରୀମନ୍ଦିରର ସୁରକ୍ଷା ନକରି ଐତିହ କରିଡ଼ର ନାମରେ ସରକାର ଐତିହ କୁ ବିପଦରେ ପକାଇ କେଉଁ ପ୍ରକାରର ବିକାଶ କରିବାକୁ ଚାହୁଁଛନ୍ତି, ତାହା ଆଜି ଦିନରେ ସବୁଠାରୁ ବଡ଼ ପ୍ରଶ୍ନବାଚି ? ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ଶ୍ରୀମନ୍ଦିର କୁ ନେଇ ସରକାରଙ୍କର ମନମୁଖୀ କାର୍ଯ୍ୟକୁ ଆମେ ଦୃଢ ନିନ୍ଦା କରୁଛୁ । ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଶ୍ରୀମନ୍ଦିର ସମ୍ପର୍କରେ ଜଗତ୍ଗୁରୁଙ୍କ ସହ ସରକାର ନିର୍ଣ୍ଣାୟକ ଭୂମିକା ନେଲା ବେଳେ ଶଙ୍କରାଚାର୍ଯ୍ୟଙ୍କ ସମେତ ମନ୍ଦିର ପରିପାର୍ଶ୍ବର ଥବା ମଠ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ମାନଙ୍କର ପରାମର୍ଶର ଆବଶ୍ୟକତା ମନେକରୁଛୁ । ପ୍ରଶାସନ ପ୍ରଥମତଃ ଶ୍ରୀମନ୍ଦିରର ସୁରକ୍ଷା କୁ ପ୍ରାଥମିକତା ଦେବାସହ ପ୍ରତ୍ନତ୍ତତ୍ବ ନିୟମାବଳୀକୁ ଅନୁଧ୍ୟାନ କରି ଐତିହ କାର୍ଯ୍ୟକୁ ଆଗେଇ ନେବା ପାଇଁ ଅନୁରୋଧ କରୁଛୁ । ଯଦି ଏଥ ପ୍ରତି ଧ୍ୟାନ ସରକାର ନଦିଅନ୍ତି ତାହେଲେ ଆଗାମୀ ଦିନରେ ସମଗ୍ର ଓଡ଼ିଶା ବ୍ୟାପି ଏହାର ଦୃଢ ପ୍ରତିବାଦ କରାଯିବ ।