ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏକ ଚୋରି ମାମଲାରେ ଆଜି ସାମ୍ବାଦିକ ସମ୍ମିଳନୀରେ ପର୍ଦ୍ଧାଫାଶ କରିଛି ଜୟପୁର ପୋଲିସ। ଜୟପୁର ସ୍ଥିତ ସ୍ଥାନୀୟ ଆଦର୍ଶ ନଗର ଭିଆଇପି ଲାଇନ୍ ବାସିନ୍ଦା ବାଳକୃଷ୍ଣ ଅଧିକାରୀ ତାଙ୍କ ପରିବାର ସଦସ୍ୟଙ୍କ ସହ ଗତ ୧୪/୧୦/୨୪ ତାରିଖରେ ତାଙ୍କ ନିଜ ବନ୍ଧୁଙ୍କ ଘରେ ଜଗଦଲପୁର ଯାଇଥିଲେ। ସେହି ସମୟରେ ଏହି ଚାରି ଅଭିଯୁକ୍ତ ୧୫/୧୦/୨୪ ରାତିରେ ତାଙ୍କ ଗେଟ୍ ତାଲା ଭାଙ୍ଗି ଘର ଭିତରେ ପଶି ଆଲେମେରା ଭାଙ୍ଗି ଅଳଂକାର ସହିତ ଟଙ୍କା ଚୋରି କରିଥିଲେ।
ଏହି ଖବର ଜାଣିବା ପରେ ବାଳକୃଷ୍ଣ ଅଧିକାରୀ ଜୟପୁର ଟାଉନ୍ ଥାନାରେ ପହଞ୍ଚି ତାଙ୍କ ଘରୁ ୨ ଲକ୍ଷ ଟଙ୍କା,୪୦ ତୁଳା ସୁନା,୨୫ ତୁଳା ରୂପା ଚୋରି ହୋଇଥିବା ନେଇ ଏତଲା ଦେଇଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୋଲିସ ୩୦୫/୨୦୨୪ କେସ୍ ରୁଜୁ କରିଥିଲେ। ଏବଂ କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ନିଦ୍ଧେର୍ଶ ଅନୁସାରେ ଜୟପୁର ଟାଉନ୍ ଥାନା ଅଧିକାରୀ ରମଣୀ ରଞ୍ଜନ ଦଳେଇ ଗୋଟିଏ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ।ଆଇଓ ସବ୍ ଇନ୍ସପେକ୍ଟର ମନିସା ସାହୁ ତଦନ୍ତ ଭାର ନେଇଥିଲେ ତାଙ୍କ ସହଯୋଗ ପାଇଁ ସିଦ୍ଧାନ୍ତ ବେହେରା, ଏବଂ ପୋଲିସ ଟିମ୍ ଗୋଠନ କରି ତଦନ୍ତ ଆରମ୍ଭ କରିଥିଲେ । ଏବଂ ଟାଉନ୍ ଥାନାରେ ଲାଗିଥିବା ସିସିଟିଭି, ଏବଂ କିଛି ଆନ୍ୟ ସ୍ଥାନର ମଧ୍ୟ ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଥିଲେ। ଏବଂ ଅନ୍ୟ ପ୍ରକାରେ ଦୁଇ, ତିନୋଟି ଟିମ୍ ଗଠନ କରି ଜୟପୁର ଟାଉନ୍ ପୋଲିସ ଏହି ଚାରି ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇପାରିଛି। ଜୟପୁର ସ୍ଥିତ ପ୍ରସାଦ ରାଓ ପେଟାର ଅଭିଯୁକ୍ତ କେ ସୁମନ(୨୫),ସୁନାରୀ ସାହିର ରାଜୁ ନାୟକ (୨୨),ଏହି ଦୁଇ ମୁଖ୍ୟ ଦୁଇ ଅଭିଯୁକ୍ତ ଘର ଭିତରେ ପଶି ଚୋରି କରିଥିଲେ।
ଏବଂ ଏସ୍ ଭେଙ୍କଟେସ୍(୩୩) ଓ ଏମ୍ ସିବା (୪୫)ଚୋରି ଜିନିଷ ରଖିଥିଲେ। ଚୋରି ସୁନା ଗୁଡିକ ମେଲ୍ଟ୍ କରିଦେଇଥିଲେ।୫୪.୦୮୩ ଗ୍ରାମର ମେଲ୍ଟ ସୁନା, ଗୋଟିଏ ସୁନା ମୁଦି,୪ ଟି ରୂପା ଥାଳି, ୨ ଟି ରୂପା ଗ୍ଲାସ୍,୨ଟି ରୂପା ପାତ୍ର,ଚାରିଟି ରୂପା ଆଙ୍କଲେଟ୍, ତିନୋଟି ରୂପା ଆଙ୍ଗୁଠି ରିଙ୍ଗ, ଗୋଟିଏ ଛୋଟ ରୂପା ବକ୍ସ ଓ ନଗଦ ୧ ଲକ୍ଷ ଟଙ୍କା, ୨ଟି ସୁନା ଗଣ୍ଠି, ଏବଂ ତରଳିବା ଗ୍ୟାସ ସିଲିଣ୍ଡର,ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷକୁ ଜୟପୁର ଟାଉନ୍ ଥାନା ପୋଲିସ ଜବତ୍ କରିଛି। ଏବଂ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜୟପୁର ପୋଲିସ। ଅଭିଯୁକ୍ତ ଏସ୍ ଭେଙ୍କଟେସ୍ ଙ୍କ ନାମରେ ୨୦୧୭ ରେ ଏକ ମାମଲା ରହିଥିବା ଜୟପୁର ଏସଡିପିଓ ଅଙ୍କିତ ବର୍ମା ଆଜିର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବା ନେଇ ଏସଡିପିଓ ଅଙ୍କିତ ବର୍ମା ସୂଚନା ଦେଇଛନ୍ତି।