ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିରେ ଘରେ କେହି ନ ଥିଲା ବେଳେ ଟଙ୍କା ଓ ଗହଣା ଲୁଟି ନେଲେ ଦୁର୍ବୃତ୍ତ। ସୂଚନା ଅନୁସାରେ ନୀଳଗିରି ବ୍ଲକ୍ ଜଡ଼ିଦା ପଞ୍ଚାୟତ ପୋଡ଼ାଶୁଳ ଗାଁର ସଂଜୀବ କୁମାର ବେହେରା ଏବଂ ସୁଦିପ୍ତା ବେହେରା ଓ ତାଙ୍କ ପୁଅ ତିନି ଜଣ ପୋଡ଼ାଶୁଳ ଗାଁର ବାସିନ୍ଦା ହୋଇଥିଲା ବେଳେ ସଂଜିବ ଭଦ୍ରକ ଜିଲ୍ଲା ଚାନ୍ଦବାଲି SDJM କୋର୍ଟ କାର୍ଯ୍ଯ କରନ୍ତି।
ସେଥିପାଇଁ ସଂଜିବ ଚାନ୍ଦବାଲିରେ ରୁହନ୍ତି। ଗାଁରେ ଘରେ ସ୍ତ୍ରୀ ଏବଂ ପୁଅ ରୁହନ୍ତି। ଗତକାଲି ରାତିରେ ପୋଡ଼ାଶୁଳ ରେ କାଳୀପୂଜା ପାଈଁ ମେଳା ଚାଲୁଥିବା ବେଳେ ସୁଦିପ୍ତା ସମ୍ପର୍କୀୟଙ୍କ ସହିତ ଘରେ ତାଲା ଯାତ୍ରା ଦେଖିବାକୁ ଯାଇଥିଲେ।ବିଳମ୍ବିତ ରାତିରେ ଯାତ୍ରା ଅଧାରୁ ଦେଖି ଘରକୁ ଫେରି ଆସିବା ବେଳକୁ ଘରର ମୁଖ୍ୟ ଫାଟକରେ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ।
ସଂଗେ ସଂଗେ ସୁଦିପ୍ତା ଘରେ ଭିତରକୁ ଯାଇ ଦେଖିଲା ବେଳକୁ ଆଲମିରା ଚାବି ଭଙ୍ଗାଯାଇଛି ଏବଂ ଘରେ ଥିବା ପାଖାପାଖି ୪୦ ହଜାର ଟଙ୍କା ସହତ ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗହଣା ଚୋରୀ ହେଇଯାଇଛି। ତେବେ ଘରେ କେହି ନଥିବା ର ସୁଯୋଗ ନେଇ କେହି ଦୁବୃର୍ତ୍ତ ଚୋରି କରିଥିବା କହିଛନ୍ତି ସୁଦିପ୍ତା ବେହେରା।ବର୍ତ୍ତମାନ ପୂଜା ଅବସର ରେ ଅନେକ ସ୍ଥାନରେ ମେଳା ଚାଲୁଥିବା ବେଳେ ଲୋକ ଯାତ୍ରା ଦେଖିବାକୁ ଯାଇଥାନ୍ତି। ଏହାର ସୁଯୋଗ ନେଇ ଦୁବୃର୍ତ୍ତମାନେ ଲୁଟ୍ କରୁଥିବା ଅଭିଯୋଗ ହେଉଛି।
Comments are closed.