ନଦୀପଠାରେ ଲାଗିଛି ବ୍ରତଧାରୀଙ୍କ ଲମ୍ବା ଭିଡ଼

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ହେଉଛି ପବିତ୍ର ଛଟ ପୂଜାର ଅନ୍ତିମ ଦିନ । ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି। ଏହି ଅବସରରେ ଛଟ୍‌ ବ୍ରତଧାରୀ ବହୁ ଆସ୍ଥା ଓ ନିଷ୍ଠାର ସହ ମାତା ଛଟିଙ୍କ ପୂଜା କରିଥାନ୍ତି।  ଚାରି ଦିନ ଧରି ଅନୁଷ୍ଠିତ ହେଉଥିବା ପୂଜା ଆଜି ସମାପନ ହେଉଛି।

ଶେଷ ଦିନରେ ବ୍ରତଧାରୀ ମାନେ ନଦୀରେ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଛନ୍ତି । ବିଶେଷ କରି ବିହାରୀ ସମ୍ପ୍ରଦାୟର ଲୋକେ ଏହି ପୂଜାକୁ ଧୁମଧାମରେ ପାଳନ କରୁଛନ୍ତି । କୁଆଖାଇ ଓ ମହାନଦୀ ପଠାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ସକାଳୁ ସକାଳୁ ବୁଡ଼ ପକାଇବା ସହ ସୂର୍ଯ୍ୟଦେବଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି । ଏହି ଅବସରରେ ବ୍ରତଧାରୀମାନେ ସୂର୍ଯ୍ୟଙ୍କ ଠାରେ ଫଳ ଲାଗି କରିବା ସହ ଗୁଡ ଓ ବେସନରେ ତିଆରି ଠେକୁଆ ପ୍ରସ୍ତୁତ କରି ପୂଜା କରିଛନ୍ତି।

ଏହି ପୂଜା ସହ ସମାପନ ହେବ ବ୍ରତ। ବିହାର ବାସୀଙ୍କ ଗଣପର୍ବ ଭାବରେ ପରିଚିତ ଛଟ୍ ପୂଜାକୁ ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ପାଳନ କରାଯାଉଛି। ରାଉରକେଲା ସହର ରେ ଏଥି ପାଇଁ ହୋଇଛି ସ୍ଵତନ୍ତ୍ର ଆୟୋଜନ । ସହର ରେ ୪୦ ଟି ଘାଟ ରେ ପୂଜା ଚାଲିଛି । ଏଥିସହ କଟକର ବିଭିନ୍ନ ଘାଟରେ ସକାଳୁ ଛଟ୍‌ ବ୍ରତଧାରୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି।

Comments are closed.