ବିଜେଡିର ଆୟୁଷ ବହୁତ କମ୍‌, ଏବେ ଆଇସିୟୁରେ: ଜୟନାରାୟଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡିର ଆୟୁଷ ବହୁତ କମ୍ । ଏବେ ତ ବିଜେଡି ଆଇସିୟୁରେ ଅଛି । ସାଲାଇନ୍ ଲାଗିଛି । ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବା ନେଇ ବରିଷ୍ଠ ବିଜେଡି ନେତା ଅତନୁଙ୍କ ବୟାନଙ୍କୁ କଡା ସମାଲୋଚନା କରି ଆଜି ଏପରି କିଛି ଜବାବ ରଖିଛନ୍ତି ସମ୍ବଲପୁର ବିଧାୟକ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର।  ଏବେ ସାଲାଇନ୍ ଲାଗିଛି। ଅତନୁ ବାବୁ କହୁଛନ୍ତି କଂଗ୍ରେସ ସହିତ ମିଶି ସରକାର କରିବେ।

ସ୍ଵାଗତ।  କିନ୍ତୁ ବିଜେଡି ଦଳ ରହିଲେ ତ। ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡ଼ି ସାଲାଇନ ଓ ଆଇସିୟୁରେ ଅଛି।  ଦଳ ଯେହେତୁ ଭାଙ୍ଗିଯାଉଛି, ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହୁଛନ୍ତି। ନେତୃତ୍ୱ କାହିଁ?  ବିଜେଡି ତ ଲିଜ୍ ରେ ଚାଲିଥିଲା।  କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଇଥିଲେ। ବିଜେଡିରେ କୌଣସି କର୍ମୀଙ୍କ କଥା ରହିଲାନି। ସେ ଆହୁରି ମଧ୍ୟ କହିଛନ୍ତି, ବିଜେଡି ବଞ୍ଚିବ, ପୁଣି ଥରେ ଆଗକୁ ବଢ଼ିବ ଓ ସରକାର କରିବ। ଏଥିପାଇଁ ସ୍ୱପ୍ନ ଦେଖିବା ପାଇଁ କାହାକୁ ମନା ନାହିଁ।

ଏହାକୁ ଆମେ ସ୍ୱାଗତ କରୁଛୁ। ହେଲେ ବିଜେଡି ଖଣ୍ଡ ଖଣ୍ଡ ହେବାକୁ ବସିଲାଣି। ତାକୁ ବଞ୍ଚାଇବା ପାଇଁ ବିଜେଡିର ନେତାମାନେ ଏପରି କହୁଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ସେପଟେ ଜୟନାରାୟଣ ବୟାନକୁ ନେଇ ବିଜେଡି ବିଧାୟକ ଧ୍ରୁବ ସାହୁ କହିଛନ୍ତି, ସମୟ କହିବ ଆଗକୁ କ’ଣ ହେବ। ତାର ନିଷ୍ପତ୍ତି ଓଡ଼ିଶାର ଜନସାଧାରଣ ନେବେ । ବିଜେପି ଏଭଳି ଦିବା ସ୍ୱପ୍ନ ଦେଖିବା ଛାଡ଼ନ୍ତୁ । ୪ ମାସ ମଧ୍ୟରେ କିଏ ଆଇସିୟୁକୁ ଯାଉଛି ତାହା ଓଡ଼ିଶାର ଲୋକେ ଦେଖୁଛନ୍ତି ଆଗକୁ ତାହାର ବିଚାର କରିବେ ବୋଲି ପ୍ରତିଉତ୍ତର ଦେଇଛନ୍ତି ଧ୍ରୁବ।

Leave A Reply

Your email address will not be published.