ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଦଳୁଛି ପାଗର ମିଜାଜ। ଖସୁଛି ପାରଦ, ବଢ଼ି ଚାଲିଛି ଥଣ୍ଡା। ତା’ସହ ତାଳ ଦେଇ ବଢ଼ି ଚାଲିଛି ପ୍ରଦୂଷଣ। ଚାରିଆଡେ ଧୂଆଁ ଧୂଆଁ। କିଛି ବି ହେଉନି ଦୃଶ୍ୟମାନ। ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ। ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି। ଆଜି ସକାଳୁ ଏଭଳି କିଛି ରହିଛି ଦିଲ୍ଲୀର ହାଲ୍।
ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ମଙ୍ଗଳବାର ସନ୍ଧ୍ୟାରେ ୩୧୬ ରହିଥିବା ବେଳେ ବୁଧବାର ସକାଳେ ୩୬୧ରହିଛି। ରାଜଧାନୀର ଅନେକ ଅଞ୍ଚଳରେ ୩୦୦ରୁ ଅଧିକ ଏକ୍ୟୁଆଇ ରେକର୍ଡ କରାଯାଇଛି। ସେଣ୍ଟ୍ରାଲ୍ ପ୍ରଦୂଷଣ କଣ୍ଟ୍ରୋଲ୍ ବୋର୍ଡ (ସିପିସିବି) ତଥ୍ୟ ଅନୁଯାୟୀ, ଆୟା ନାଗରରେ ବୁଧବାର ସକାଳ ୮ଟାରେ ୪୧୭ ଏକ୍ୟୁଆଇ ରେକର୍ଡ ହୋଇଛି। ଯାହାକି ସହରର ସବୁଠାରୁ ଖରାପ ବାୟୁ ଗୁଣବତ୍ତା ବୋଲି ଜାଣିବାକୁ ମିଳିଛି। ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ମଧ୍ୟ ଲଗାତର ବଢ଼ି ଚାଲିଛି। ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ରହିଛି। ଆଜି ସକାଳେ ଦିଲ୍ଲୀର ହାରାହାରି AQI ୩୪୪ ଥିବା ରେକର୍ଡ କରାଯାଇଛି। ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି। ଏଠାକାର AIQ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଏକ ପରାମର୍ଶଦାତା ଜାରି କରି କହିଛି ଯେ କୁହୁଡି ଯୋଗୁଁ ସିଏଟି ୩ ପାଳନ କରୁନଥିବା ବିମାନ ପ୍ରଭାବିତ ହେବ।