୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଝାଡ଼ଖଣ୍ଡରେ ପ୍ରଥମ ପର୍ଯ୍ୟୟ ବିଧାନସଭା ନିର୍ବାଚନ। ସକାଳ ୭ଟା ରୁ ୫ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ। ପ୍ରଥମ ପର୍ଯ୍ୟାୟରେ ୪୩ ସିଟ୍ ରେ ନିର୍ବାଚନ ହେଉଛି। ୬୮୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ୬୮୫ ପ୍ରାର୍ଥୀଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ, ୭୩ ଜଣ ମହିଳା ପ୍ରାର୍ଥୀ । ଏଥିସହ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ମଧ୍ୟ ଅଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଚମ୍ପେଇ ସୋରେନ, ମହୁଆ ମାଂଜି, ପୂର୍ଣ୍ଣିମା ଦାସ ଓ ଗୀତା କୋଡ଼ାଙ୍କ ଭଳି ଚର୍ଚ୍ଚିତ ଚେହେରା ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ଅଛନ୍ତି ୬୮୩ ପ୍ରାର୍ଥୀ। ସେମାନଙ୍କ ମଧ୍ୟରୁ ୬୦୯ ଜଣ ପୁରୁଷ ପ୍ରାର୍ଥୀ। ୭୩ ମହିଳା ପ୍ରାର୍ଥୀଙ୍କ ସମେତ ଜଣେ ତୃତୀୟ ଲିଙ୍ଗି ପ୍ରାର୍ଥୀ ହୋଇଛନ୍ତି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୧୫ ହଜାର ପୋଲିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି। ଝାଡ଼ଖଣ୍ଡ ପୁଲିସ୍ ସହ ବିଏସଏଫ ଓ ସିଆରପିଏଫଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି।

ସବୁଠି ଜେଏମଏମ-କଂଗ୍ରେସ ମେଣ୍ଟକୁ ଟକ୍କର ଦେଉଛି ଭାରତୀୟ ଜନତା ପାର୍ଟି। ପ୍ରଥମ ପର୍ଯ୍ୟାୟର ଟପ୍ କ୍ୟାଣ୍ଡିଡେଟମାନେ ହେଲେ ଷଡ଼େଇକଳାରୁ ବିଜେପିର ଚମ୍ପାଇ ସୋରେନ, ରାଞ୍ଚିରୁ ଶାସକ ଜେଏମଏମର ମହୁଆ ମାଜି, ଜାମସେଦପୁରରୁ କଂଗ୍ରେସର ବାନା ଗୁପ୍ତା, ଜଗନ୍ନାଥପୁରରୁ ବିଜେପିର ଗୀତା କୋଡ଼ା, ଜାମସେଦପୁର ଇଷ୍ଟରୁ କଂଗ୍ରେସର ଅଜୟ କୁମାର, ଚକ୍ରଧରପୁରରୁ ଜେଏମଏମରୁ ସୁଖରାମ ଓରାନ୍।

Leave A Reply

Your email address will not be published.