ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ଜୟନାରାୟଣପୁର ପଞ୍ଚାୟତ ନାରାୟଣପୁର ଗାଁର ଏହି ଅଭାବନୀୟ ଘଟଣା ଘଟିଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଗାଁର ବାସନ୍ତି ସାହୁ ।
ସେ ବୟସ୍କା ବୋଲି କୁହାଯାଉଛି । ବୁଲା କୁକୁର ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, କୁକୁର ପାଗଳ ହୋଇଯାଇଥିବା କୁହାଯାଉଥିବା ବେଳେ ଗ୍ରାମବାସୀ କୁକୁରକୁ ପିଟିପିଟି ମାରି ଦେଇଛନ୍ତି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି ।ବୃଦ୍ଧାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।
ବୃଦ୍ଧାଙ୍କ ଚିତ୍କାର ଶୁଣି ପରିବାର ଲୋକେ ଦୌଡ଼ି ଆସିଥିଲେ। କୁକୁରଟି କାମୁଡ଼ିବାର କିଛି ସମୟ ପରେ ବୃଦ୍ଧାଙ୍କର ମୃତ୍ୟୁ ଘଟିଥିଲା।ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବୃଦ୍ଧାଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।