ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସ୍କୁଲ କୋଠରୀରୁ ରାତ୍ରି ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। କଟକ ଜିଲ୍ଲା ଚୌଦ୍ଵାର ଓଟିଏମ୍ ହାଇସ୍କୁଲରୁ ଝୁଲନ୍ତା ଅବସ୍ଥାରେ ଜଗୁଆଳିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଓଟିଏମ୍ ହାଇସ୍କୁଲରେ ରାତ୍ରି ଜଗୁଆଳି ଭାବେ କାମ କରୁଥିବା ଜଣାପଡିଚି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ। ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
ସେପଟେ ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକ । ସୂଚନା ମୁତାବକ, ଆଜି ଶିଶୁ ଦିବସ ଥିବାରୁ ଜ୍ଞାନରଞ୍ଜନ ଗତକାଲି ରାତିରେ ଶିକ୍ଷକମାନଙ୍କ ସହ ମିଶି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି କରିଥିଲେ। ଏହାପରେ ଶିକ୍ଷକମାନେ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ଜ୍ଞାନରଞ୍ଜନ ସ୍କୁଲରେ ରହିଥିଲେ। ଆଜି ସକାଳେ ବିଦ୍ୟାଳୟ ପରିସରରେ ରହୁଥିବା ଏକ କୋଠରୀରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।
ଏନେଇ ସ୍କୁଲର ପ୍ରଧାନଶିକ୍ଷକ ଜ୍ଞାନରଞ୍ଜନଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଜ୍ଞାନରଞ୍ଜନ କାହିଁକି ଆତ୍ମହତ୍ୟା, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ।