ଜଳୁଥିବା ଆମ୍ବୁଲାନ୍ସରୁ ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗର୍ଭବତୀ ମହିଳାଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସରେ ହଠାତ୍‌ ଲାଗିଲା ନିଆଁ। ପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଛି। ମହାରାଷ୍ଟ୍ରର ଜଲଗାଁଓରେ ଘଟିଛି ଏଭଳି କିଛି ଦୁର୍ଘଟଣା। ବିସ୍ଫୋରଣ ଯୋଗୁ ଆଖପାଖ ଅଞ୍ଚଳର ଥିବା ଘର କ୍ଷତିଗ୍ରସ୍ତ ହୋଇଛି।

ସୂଚନା ମୁତାବକ, ବୁଧବାର ରାତିରେ ମହାରାଷ୍ଟ୍ର ଜଲଗାଓଁରେ ଜଣେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ଏରାଣ୍ଡୋଲ ସରକାରୀ ଡାକ୍ତରଖାନାରୁ ଜାଲଗାଓଁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଉଥିଲା। ଏତିକି ବେଳେ ଆମ୍ବୁଲାନ୍ସର ଇଞ୍ଜିନ୍‌ରୁ ଧୂଆଁ ବାହାରୁଥିବା ଦେଖିଥିଲେ ଡ୍ରାଇଭର। ଏହାପରେ ତୁରନ୍ତ କିଛି ଅଘଟଣ ଘଟିବା ପୂର୍ବରୁ ରୋଗୀଙ୍କୁ ଆମ୍ବୁଲାନ୍ସରୁ ବାହାରକୁ ଆଣି ନିଜେ ମଧ୍ୟ ଓହ୍ଲାଇ ପଡିଥିଲେ।

ପରେ ଦେଖୁ ଦେଖୁ ଆମ୍ବୁଲାନ୍ସରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଥିଲା। ଆମ୍ବୁଲାନ୍ସରେ ରଖାଯାଇଥିବା ଅମ୍ଲଜନା ସିଲିଣ୍ଡର ଯୋଗୁ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି। ହୁତୁହୁତୁ ହୋଇ ଆମ୍ବୁଲାନ୍ସ ଜଳିବାରୁ ଭିତ‌ରେ ଥିବା ଅମ୍ଳଜାନ ସିଲିଣ୍ଡରଟି ଫାଟି ଯାଇଥିଲା, ଯାହାଦ୍ବାରା ଆମ୍ବୁଲାନ୍ସଟି ନିଆଁ ପିଣ୍ଡୁଳା ହୋଇ ଉପରକୁ ଉଠିଯାଇଥିଲା, ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି।

Comments are closed.