ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ଜଳାଶୟ ଡଙ୍ଗା ଭସାଇବାକୁ ଜନଗହଳିପୂର୍ଣ୍ଣ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହା  ଉତ୍କଳୀୟ ପରମ୍ପରାର ଗର୍ବ ଗୌରବ । ଓଡ଼ିଶାର ନୌବାଣିଜ୍ୟିକ ପରମ୍ପରାର ସ୍ମୃତିକୁ ମନେ ପକାଇ ରାଜ୍ୟବ୍ୟାପୀ ଲୋକେ ଡଙ୍ଗା ଭସାଉଛନ୍ତି। ପୋଖରୀ, ନଦୀ, ସମୁଦ୍ରକୂଳରେ ଏଥିପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ‘ଆ କା ମା ବୈ’ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର।

ଏହି ଗୀତ ଗାଇ ସଭିଏଁ ଡଙ୍ଗା ଭସାଇ ଥାନ୍ତି । ଏହି ପର୍ବ ସହ କଟକର ଗଡଗଡିଆ ଘାଟରେ ସ୍ଵତନ୍ତ୍ର ପରିଚୟ ଥିବା ହେତୁ ଏଠାରେ ଅନେକ ଜନ ସମାଗମ ଦେଖିବାକୁ ମିଳିଥିଲା। ଭୋର୍‌ରୁ ପିଲା ଠାରୁ ବୟସ୍କ ସମସ୍ତେ ହାତରେ ସୋଲରେ ତିଆରି ଡଙ୍ଗା, କଦଳୀ ପାଟୁଙ୍ଗା ଆଦିରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ, ଆରୁଆ ଚାଉଳ ଇତ୍ୟାଦି ରଖି ଭସାଇବା ସହ ଏହି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।

ଅନ୍ୟପଟେ, ଭୋର ସମୟରୁ କଟକର ସବୁ ମନ୍ଦିରରେ ଦର୍ଶନ ପାଇଁ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପାରାଦୀପ ସମେତ କେତେକ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହେଉଛି। କଟକରେ ସକାଳୁ ସକାଳୁ ଲୋକେ ଡଙ୍ଗା ଭସାଇବା ପରେ ଠୁଙ୍କା ପୁରୀ ଖାଉଥିବାର ଦେଖିବାକୁ ମିଳିଛି।

Leave A Reply

Your email address will not be published.