କରଞ୍ଜିଆ ଠାରେ ଉପଖଣ୍ଡ ସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୪ ପାଳନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସରକାରଙ୍କ ନିର୍ଦ୍ଦେଶ କ୍ରମେ ନଭେମ୍ବର ୧୪ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସାତଦିନ ବ୍ୟାପୀ ସମବାୟ ସପ୍ତାହ ରୂପେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ଉକ୍ତ ସପ୍ତାହକୁ ରାଜ୍ୟସ୍ତରୀୟ ସମବାୟ ମହୋତ୍ସବ ଭାବେ ପାଳନ କରାଯାଉଥିବା ବେଳେ ଆଜି କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ତ ନିୟନ୍ତ୍ରିତ ବଜାର କମିଟି କାର୍ଯାଳୟ ଠାରେ ଉପଖଣ୍ଡସ୍ତରୀୟ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ୨୦୨୪ ସମାରୋହ ।

ସଭାପତି ମୟୂରଭଞ୍ଜ ଜିଲ୍ଲା ସମବାୟ ସଙ୍ଘ ବାରିପଦା ପ୍ରଦୀପ କୁମାର ଉପାଧ୍ୟାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବିଧାୟିକ ପଦ୍ମ ଚରଣ ହାଇବୁରୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପାଞ୍ଚପୀଡ଼ ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂସୁ ଚାନ୍ଦ , କରଞ୍ଜିଆ ଗୋଷ୍ଠି ଉନ୍ୟୟନ ଅଧିକାରୀ ପ୍ରଦ୍ୟୁମ୍ କୁମାର୍ ନାଏକ,ସମବାୟ ସମିତି ସମୂହ ବସନ୍ତ କୁମାର୍ ନାୟକ,ଓଡିଶା ସମବାୟ ସଙ୍ଘ ସଦସ୍ୟ ଶ୍ରୀଯୁକ୍ତ ଗିରିଧାରୀ ପୃଷ୍ଟି , ପ୍ରମୁଖ ଯୋଗ ଦେଇଥିଲେ , ସେହିପରି ମୁଖ୍ୟ ବକ୍ତା ଭାବେ ଯୁଗ୍ମ ନିବନ୍ଧକ ସମବାୟ ସମିତିସମୂହ କୃଷ୍ଣ ଚନ୍ଦ୍ର ଦାସ୍ ଯୋଗ ଦେଇଥିଲେ ।

ସର୍ବପ୍ରଥମେ ସଭାପତି ସଭାପତିତ୍ବ ବକ୍ତବ୍ୟ ଦେବା ପରେ ମଞ୍ଚାସୀନ ଅତିଥିଗଣ ସମବାୟ ସପ୍ତାହ ଉପରେ ନିଜ ନିଜର ଗୁରୁତ୍ବପୂର୍ଣ୍ଣ ଆଲୋଚନା ରଖିଥିଲେ । ଏବଂ ସମବାୟ ସପ୍ତାହର ଉଦ୍ଦେଶ୍ୟ କହିବାକୁ ଯାଇ ଏହା ଦ୍ବାରା ଚାଷୀମାନେ ସଚେତନ ହେବା ସହିତ ସେମାନଙ୍କର ଆର୍ଥିକ ମାନଦଣ୍ଡ ଅଭିବୃଦ୍ଧି ଉପରେ ଜୋର ଦେଇଥିଲେ। ପୁଣି ମାଣ୍ଡିଆ ଶସ୍ୟ ର ଉପାଦେୟତା ସଂପର୍କରେ ବଖାଣିଥିଲେ।ଏହି ଅବସରରେ କୃତ ଚଷିମାନଙ୍କୁ ଅତିଥିଗଣ ପୁରସ୍କୃତ କରିବା ସହ ଶ୍ରେଷ୍ଠ ଚାଷୀ, ଶ୍ରେଷ୍ଠ ସମବାୟବିତ୍ ଓ ଶ୍ରେଷ୍ଠ SSG ଗ୍ରୁଫୋ ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ଚାଷୀ ଏବଂ କରଞ୍ଜିଆ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମକୁ ଲ୍ୟାମ୍ଫ କର୍ମଚାରୀ, ସମବାୟ ସମିତି କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Comments are closed.