ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): : ଆଜି ଓ ଆସନ୍ତାକାଲି ଦୁଇ ଦିନି ପାଇଁ ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତିକୁ ବିରୋଧ କରି ୧୨ ଦଫା ଦାବିରେ ଭାରତ ବନ୍ଦ ପାଳନ କରୁଛି ଟ୍ରେଡ ୟୁନିୟନ । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ବନ୍ଦ କରିବା, ଶ୍ରମ କୋଡ୍ ପ୍ରତ୍ୟାହାର, ଦରଦାମ ନିୟନ୍ତ୍ରଣ କରିବା ସହ ୧୨ ଦଫା ଦାବି ନେଇ ବନ୍ଦ ପାଳନ ହେଉଛି। ତେବେ ଏହି ବନ୍ଦରୁ ଭାରତୀୟ ପେଟ୍ରୋଲିମ୍ ଡିଲର୍ ମହାସଂଘ ସାମିଲ୍ ହୋଇନାହିଁ। ଏହି କାରଣରୁ ରାଜ୍ୟ ଅଧିକଂଶ ସ୍ଥାନରେ ପେଟ୍ରୋଲ୍ ପମ୍ପଗୁଡ଼ିକ ଖୋଲା ରହିଛି।
ଭୁବନେଶ୍ୱର ବନ୍ଦ ପ୍ରବାହ ପଡିଛି ଭୁବନେଶ୍ୱରରେ ପେଟ୍ରୋଲ ଟାଙ୍କି ବ୍ୟାଙ୍କ ସବୁ ବନ୍ଦ ଫଳରେ ଲୋକ ମାନେ ଅସୁବିଧା ସମ୍ମୁଖୀନ ହୋଇଛନ୍ତି। ଆଜି ଭୁବନେଶ୍ୱର ରାମ ମନ୍ଦିର,ମାଷ୍ଟର କ୍ୟାଣ୍ଟିନ, ଜୟଦେବ ବିହାର,ସହିଦ ନଗର ଅଂଚଳ ଖାଁ ଖାଁ ରହିଛି।
ସୂଚନାଯୋଗ୍ୟ ଆଜି ଓ ଆସନ୍ତାକାଲି ଦୁଇ ଦିନି ପାଇଁ ଭାରତ ବନ୍ଦରେ ପେଟ୍ରୋଲ ପମ୍ପ ବନ୍ଦ ରହିବ କି ନାହିଁ ସେ ନେଇ ପେଟ୍ରୋଲ, ଡିଜେଲ ଡିଲର୍ସ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ଫଳରେ ଗତକାଲି ବିଳମ୍ବିତ ରାତିରୁ ପ୍ରାୟତଃ ସମସ୍ତ ପମ୍ପ ସମ୍ମୁଖରେ ଦେଖିବାକୁ ମିଳୁଛି ଲମ୍ବା ଲାଇନ୍। ଆଜି ସକାଳେ ବି ତେଲ ପକାଇବାକୁ ଲୋକେ ପମ୍ପମୁହାଁ ହେଉଛନ୍ତି। ଏପରିକି ତେଲ ପକାଇବାକୁ ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡ଼ା ହେବାକୁ ବାଧ୍ୟ ହେଉଛନ୍ତି। ହେଲେ ପେଟ୍ରୋଲିଅମ୍ ଡିଲର ସଂଘର ଘୋଷଣା ପରେ ସାଧାରଣ ଲୋକେ ସାମାନ୍ୟ ଆଶ୍ୱସ୍ତ ହୋଇଛନ୍ତି।