ଅଲ୍ ଇଣ୍ଡିଆ ଜେଇଇ ମେନ୍ ଟପ୍ପର୍ ହେଲେ ଓଡ଼ିଆ ପୁଅ ଓମ୍ ପ୍ରକାଶ

0

ଓଡ଼ିଆ ନ୍ୟୁଜ୍: ଅଲ୍ ଇଣ୍ଡିଆ ଜେଇଇ ମେନ୍ ଟପ୍ପର୍ ହେଲେ ଓଡ଼ିଆ ପୁଅ ଓମ୍ ପ୍ରକାଶ ବେହେରା। ଓମ୍ ପ୍ରକାଶ ୩୦୦ ମାର୍କରୁ ୩୦୦ ଅର୍ଥାତ୍ ପରଫେକ୍ଟ ସ୍କୋର କରି ରେକର୍ଡ କରିଛନ୍ତି। ଏହି ସଫଳତା ପରେ ସେ ବର୍ତ୍ତମାନ ଜେଇଇ ଆଡଭାନ୍ସଡ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ୩ ବର୍ଷ ହେଲା ରାଜସ୍ଥାନ କୋଟାରେ ରହି କୋଚିଂ ନେଉଛନ୍ତି। ଓମ ପ୍ରକାଶ କୋଟାରେ ରହିବା ସମୟରେ ନିଜେ ଦଶମ ଶ୍ରେଣୀରୁ ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ସେ ଦଶମ ଶ୍ରେଣୀରେ ୯୨ ପ୍ରତିଶତ ମାର୍କ ମଧ୍ୟ ରଖିଥିଲେ।

ଗତ ତିନି ବର୍ଷ ଧରି ସେ ନିୟମିତ ଭାବେ କ୍ଲାସ୍ ରେ ଯୋଗ ଦେଇ ଜାନୁଆରୀ ସେସନରେ ଭଲ ସ୍କୋର କରିଥିଲେ ଏବଂ ଏପ୍ରିଲ ସେସନରେ ମଧ୍ୟ AIR-୧ ହାସଲ କରିଛନ୍ତି। ସେ ପ୍ରତିଦିନ ୮-୯ ଘଣ୍ଟା ଧରି ପାଠ ପଢ଼ୁଥିଲେ। ସେ କହିଛନ୍ତି ଯେ ତାଙ୍କ ସଫଳତାର ମୁଖ୍ୟମନ୍ତ୍ର ହେଲା, ଅତୀତ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ଆପଣଙ୍କ ସାମ୍ନାରେ ଥିବା ବିଷୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା। ଓମପ୍ରକାଶ ନିଜ ସଫଳତାର ଶ୍ରେୟ ବାପା ମା’ ଓ ଶିକ୍ଷକଙ୍କୁ ଦେଇଛନ୍ତି। ଓମ ପ୍ରକାଶଙ୍କ ବାପା କମଳକାନ୍ତ ବେହେରା ଓଡ଼ିଶା ପ୍ରଶାସନିକ ସେବାରେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କ ମା’ ସ୍ମିତାରାଣୀ ବେହେରା ଅଧ୍ୟାପିକା ଭାବେ କାର୍ଯ୍ୟ ତୁଲାଉଛନ୍ତି।

Leave A Reply

Your email address will not be published.