ପାକିସ୍ତାନୀଙ୍କୁ ୭୨ ଘଣ୍ଟା ମହଲତ 

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ କଲା ଭାରତ। ମେଡିକାଲ୍‌ ଭିସାରେ ଥିଲେ ଆସନ୍ତା ୨୯ରୁ ରଦ୍ଦ। ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି, ୨୭ ପରେ ରଦ୍ଦ।ଯେଉଁ ପାକିସ୍ତାନୀ ଭାରତରେ ଅଛନ୍ତି ୭୨ ଘଣ୍ଟାରେ ଦେଶ ଛାଡ଼ନ୍ତୁ। ୩ ଦିନ ଭିତରେ ଭାରତ ଛାଡି ପାକିସ୍ତାନ ପଳାଅ । ହାତରେ ମାତ୍ର ଅଳ୍ପ ସମୟ, ଯେତେ ଶୀଘ୍ର ପାରୁଛ ଡେଡଲାଇନ୍ ସରିବା ଆଗରୁ ଆମ ଦେଶ ଛାଡି ନିଜ ଦେଶକୁ ପଳାଅ । ପାକାସ୍ତାନୀଙ୍କୁ ୩ ଦିନ ଅର୍ଥାତ ୭୨ ଘଣ୍ଟାର ମହଲତ ଦେଇଛି ଭାରତ । ପହଲଗାମ୍ ହମଲା ପରେ ଆକ୍ସନ ମୋଡରେ ସରକାର ଆସିଥିବା ବେଳେ ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଛି ଭାରତ ।

ତେବେ ଯେଉଁ ପାକିସ୍ତାନୀ ନାଗରିକ ଭିସା ପାଇଛନ୍ତି ତାର ସମୟସୀମା ଏପ୍ରିଲ ୨୭ ଯାଏଁ ରହିଛି । ମାନେ ୨୭ ତାରିଖ ପରେ ଭିସା ରଦ୍ଦ । ସେହିପରି ଯେଉଁ ପାକିସ୍ତାନୀ ନାଗରିକଙ୍କୁ ମେଡିକାଲ ଭିସା ମିଳିଛି ତାହା ୨୯ ତାରିଖ ପରେ ରଦ୍ଦ ହେବ । ତେଣୁ ଯେଉଁ ପାକିସ୍ତାନୀ ଭାରତରେ ରହିଛନ୍ତି ୭୨ ଘଣ୍ଟା ଭିତରେ ଭାରତ ଛାଡନ୍ତୁ ।

ଭିସା ଅବଧି ଶେଷ ହେବା ପୂର୍ବରୁ ଭାରତ ଛାଡି ସ୍ବଦେଶ ଫେରିଯିବାରୁ କଡା ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଭାରତର ବଡବଡ ଆକ୍ସନ ପରେ ବିଳିବିଳେଇଲା ପାକିସ୍ତାନ ।ଗତକାଲି ପାକିସ୍ତାନ ଉପରେ ଭାରତ କୂଟନୈତିକ ପ୍ରହାର କରିଥିବା ବେଳେ ଆଜି ପାକିସ୍ତାନ ତାର ଅସଲ ମୁଖା ଦେଖାଇଦେଲା ଆଉ ଆକାଶମାର୍ଗ ଭାରତ ପାଇଁ ବନ୍ଦ କଲା ପାକିସ୍ତାନ।

Leave A Reply

Your email address will not be published.