LOC ସୀମାରେ ଭାରତ-ପାକିସ୍ତାନ ମୁହାଁମୁଁହି

0

ବର୍ଡରରେ ଭାରତ-ପାକ୍ ମଧ୍ୟରେ ଗୁଳିବିନିମୟ,  ରାତି ସାରା ଚାଲିଛି ଫାୟାରିଂ । ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା । ପହଲଗାମ ଆକ୍ରମଣକୁ ନେଇ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପରେ ଛାନିଆ ହୋଇ ପଡିଛି ପଡୋଶୀ । ସାରା ରାତି ପାକ୍ ସେନା ପକ୍ଷରୁ ଗୁଳିବିନିମୟ କରାଯାଇଛି । ଯାହାର କଡ଼ା ଜବାବ ଦେଉଛନ୍ତି ଭାରତୀୟ ଯବାନ ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଛୋଟ ଅସ୍ତ୍ର ସାହାଯ୍ୟରେ ପାକ୍ ସେନା ପକ୍ଷରୁ ଫାୟାରିଂ ଚାଲିଛି । ଆଉ ଯାହାର ଯବାବ ଦେଉଛନ୍ତି ଭାରତୀୟ ଯବାନ। ଏଥିରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ସେପଟେ ଅମ୍ବାଲାରେ ଯୁଦ୍ଧାଭ୍ୟାସ କରିଛି ଭାରତ । ଆକାଶରେ ଗର୍ଜିଛନ୍ତି ରାଫେଲ, ସୁଖୋଇ-୩୦ ଭଳି ଲଢୁଆ ବିମାନ । ଆକ୍ରମଣ ନାଁରେ ଏହି ଯୁଦ୍ଧାଭ୍ୟାସ ହୋଇଛି । 

Leave A Reply

Your email address will not be published.