ଓଡ଼ିଆ ନ୍ୟୁଜ୍: କେନ୍ଦ୍ରକୁ ଡେପୁଟେଶନରେ ଯିବେ ଆଉ ୨ ବରିଷ୍ଠ ଆଇପିଏସ୍ ଅଫିସର। ବିଏସ୍ଏଫ୍ ଆଇଜି ଭାବେ ଆଇପିଏସ୍ ରବିକାନ୍ତ ଡେପୁଟେଶନରେ ଯିବେ। ସେହିଭଳି ଆଇପିଏସ୍ ଅଫିସର ମିତ୍ରଭାନୁ ମହାପାତ୍ର ୫ ବର୍ଷ ଲାଗି ବିଏସ୍ଏଫ୍ ଡିଆଇଜି ଭାବେ ନିଯୁକ୍ତ ହେବେ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନୋଟିସ ଜାରି ହୋଇଛି।
ପୂର୍ବରୁ ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର୍ ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ରରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଥିଲା। ସେହିଭଳି କେନ୍ଦ୍ରରେ ଡେପୁଟେଶନରେ ଥିବା ୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ସନ୍ତୋଷ ଷଡ଼ଙ୍ଗୀଙ୍କୁ ନ୍ୟୁ ଆଣ୍ଡ ରିନ୍ୟୁବଲ ଏନର୍ଜୀ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ମିଳିଥିଲା । ୧୯୯୪ ବ୍ୟାଚର IAS ରଞ୍ଜନା ଚୋପ୍ରା ସଂସ୍କୃତି ମନ୍ତ୍ରାଳୟର ସ୍ବତନ୍ତ୍ର ସଚିବ ଏବଂ ଫାଇନାନ୍ସିଆଲ ଆଡଭାଇଜର ଭାବେ ନିଯୁକ୍ତ ହୋଇଥିଲେ ।