କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ, ୧୪ ମୃତ

0

ଓଡ଼ିଆ ନ୍ୟୁଜ୍: କୋଲକାତାରେ ଭୟଙ୍କର ଅଗ୍ନିକାଣ୍ଡ । ହୋଟେଲରେ ନିଆଁ ଲାଗି ୧୪ ଜଣଙ୍କ ମୃତ୍ୟୁ । କୋଲକାତାର ମେଛୁଆପତି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି। ରାତିରେ ରିତୁରାତ ହୋଟେଲ ନିଆଁ ଲାଗିଛି । ୧୪ ଟି ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଅନେକ ଲୋକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । କୋଲକାତା ପୋଲିସ କମିଶନର ମନୋଜ କୁମାର ବର୍ମା ଅଗ୍ନିକାଣ୍ଡ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି। କମିଶନର ମନୋଜ କୁମାର କହିଛନ୍ତି, ମଙ୍ଗଳବାର ରାତିରେ ଅଗ୍ନିକାଣ୍ଡ ଘଟିଥିଲା।

ଏପର୍ଯ୍ୟନ୍ତ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ନିଆଁକୁ ନିୟନ୍ତ୍ରଣ କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ନିଆଁ କିପରି ଲାଗିଲା ତାହା ଜାଣିବା ପାଇଁ ଅଧିକ ତଦନ୍ତ ଚାଲିଛି। ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଦଳ ମଧ୍ୟ ଗଠନ କରାଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। କୋଲକାତା ହୋଟେଲରେ ନିଆଁ ଏତେ ଭୟଙ୍କର ଥିଲା ଯେ, ଲୋକମାନେ ଜୀବନ ବଞ୍ଚାଇବା ପାଇଁ କୋଠାରୁ ଡେଇଁ ପଡ଼ିଥିଲେ।

Leave A Reply

Your email address will not be published.