ଆଜି ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍: ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସ୍ ରେ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ପରୀକ୍ଷାଫଳ ୱେବ୍ ସାଇଟ୍ ରେ ଉପଲବ୍ଧ ହେବ। ସନ୍ଧ୍ୟା ୬ଟା ପରେ ଛାତ୍ରଛାତ୍ରୀ ମାନେ ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.in ଏବଂ www.orissaresults.nic.in ରେ ନିଜ ନିଜର ପରୀକ୍ଷାଫଳ ଦେଖିପାରିବେ ।ରୋଲ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ୱେବସାଇଟ୍‌ରେ ଫଳାଫଳ ଯାଞ୍ଚ କରିପାରିବେ ଛାତ୍ରଛାତ୍ରୀ ।

ଏହା ସହିତ, ଏସ୍‌ଏମ୍‌ଏସ୍ ମାଧ୍ୟମରେ ମଧ୍ୟ ରେଜଲ୍ଟ ଜାଣିବାର ସୁବିଧା ବୋର୍ଡ ପକ୍ଷରୁ ଉପଲବ୍ଧ କରାଯିବ । ଯେଉଁମାନେ ଫଳାଫଳ ନେଇ ଅସନ୍ତୁଷ୍ଟ ହେବେ, ସେମାନେ ପୁନଃ ମୂଲ୍ୟାୟନ କିମ୍ବା ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ ।ରାଜ୍ୟର ୩ ହଜାର ୨୯ଟି ପରୀକ୍ଷା କେନ୍ଦ୍ରରେ ଚଳିତ ଥର ୫ଲକ୍ଷରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.