ଶକ୍ତି ଦେଖାଇଲା ବାୟୁସେନା

0

ଓଡ଼ିଆ ନ୍ୟୁଜ୍: ଭାରତ-ପାକିସ୍ତାନ ସୀମାନ୍ତରେ ଚାଲିଥିବା ଉତ୍ତେଜନା ଭିତରେ ଭାରତୀୟ ବାୟୁସେନା (IAF) ଉତ୍ତର ପ୍ରଦେଶର ଗଙ୍ଗା ଏକ୍ସପ୍ରେସୱେର ଶାହଜହାନପୁର ଜିଲାରେ ନିର୍ମାଣାଧୀନ ୩.୫ କିଲୋମିଟର ଲମ୍ବା ଏକ ହୱାଇ ପଟ୍ଟୀରେ ଶୁକ୍ରବାର ଏକ ଅଭ୍ୟାସ କରି ନିଜର ଯୁଦ୍ଧ ପ୍ରସ୍ତୁତି ଓ ଶକ୍ତି ପ୍ରଦର୍ଶନ କରିଛି। ଏହା ଦେଶର ପ୍ରଥମ ଏକ୍ସପ୍ରେସୱେ ହୱାଇ ପଟ୍ଟୀ ଯାହା ଦିନ ଓ ରାତି ଉଭୟ ସମୟରେ ଯୁଦ୍ଧବିମାନର ଅବତରଣ ଓ ଉଡ଼ାଣ ପାଇଁ ସକ୍ଷମ।

ଏହି ଅଭ୍ୟାସରେ ରାଫେଲ, ସୁଖୋଇ-୩୦ ଏମକେଆଇ, ମିରାଜ-୨୦୦୦, ମିଗ-୨୯, ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ଏବଂ ସି-୧୩୦ଜେ ସୁପର ହରକ୍ୟୁଲିସ, ଏଏନ-୩୨ ଓ ଏମଆଇ-୧୭ ଭ୫ ହେଲିକପ୍ଟର ସାମିଲ ହୋଇଥିଲେ। ଏହି ଅଭ୍ୟାସରେ ଯୁଦ୍ଧବିମାନଗୁଡ଼ିକ ମାତ୍ର ଏକ ମିଟର ଉଚ୍ଚତାରେ ନିମ୍ନ ଉଡ଼ାଣ (Low Fly-Past), ଅବତରଣ ଓ ଉଡ଼ାଣ ଅଭ୍ୟାସ କରିଥିଲେ, ଯାହା ବାୟୁସେନାର ଦକ୍ଷତା ଓ ତୀକ୍ଷ୍ଣ ପ୍ରସ୍ତୁତିକୁ ପ୍ରତିଫଳିତ କରିଛି।

Leave A Reply

Your email address will not be published.