କୋର୍ଟ କହିଛନ୍ତି ଯେ ଚାର୍ଜସିଟ୍ ଉପରେ ସଂଜ୍ଞାନ ନେବା ପୂର୍ବରୁ ଅଭିଯୁକ୍ତ ପକ୍ଷଙ୍କୁ ଶୁଣିବାର ଅଧିକାର କ୍ଷୁର୍ଣ୍ଣ କରାଯାଇ ପାରିବନି। କୋର୍ଟ କହିଛନ୍ତି ଯେ ପ୍ରସ୍ତାବିତ ଅଭିଯୁକ୍ତଙ୍କୁ ଅଭିଯୋଗଫର୍ଦ୍ଦର ସଂଜ୍ଞାନ କାଳରେ ଶୁଣାଣିର ଅଧିକାର ରହିଛି। କୌଣସି ସ୍ତରରେ ଶୁଣାଣିର ଅଧିକାର ନିରପେକ୍ଷା ଶୁଣାଣି ନିଶ୍ଚିତ କରିବା ଲାଗି ଆବଶ୍ୟକ। ଏହା ପୂର୍ବରୁ ଇଡି ନ୍ୟାସନାଲ ହେରଲଡ ମାମଲାରେ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଓ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା।