ଦେଶୀ ମଦ ଜବତ

0

ଓଡ଼ିଆ ନ୍ୟୁଜ୍: ପାଟପୁର ଥାନା ବାବୁଲିବନ୍ଧ ଖାରିସାହି ଗ୍ରାମର ସୁରେଶ ମଲ୍ଲିକଙ୍କୁ ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୨୩୬/୨୫ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଶୁକ୍ରବାର ପାଟପୁର ଥାନା ଏଏସ୍‌ଆଇ ରମାକାନ୍ତ ଶବର, ପୋଡ଼ାମାରି ଫାଣ୍ଡି ଅଧିକାରୀ ପରମେଶ୍ୱର ମଲ୍ଲିକ ସଦଳବଳେ ବାବୁଲି ବନ୍ଧ, ଜୁଆଣ ପଲ୍ଲୀ, ଫାସିବନ୍ଧ ଗ୍ରାମ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ରାତି ପ୍ରାୟ ୮ଟାରେ ଅଭିଯୁକ୍ତ ସୁରେଶଙ୍କ ନିକଟରୁ ୩୦ ଲିଟର ଦେଶୀମଦ ଜବତ କରିଥିଲେ। ଏଏସ୍‌ଆଇ ରମାକାନ୍ତ ଶବରଙ୍କ ଏତଲା କ୍ରମେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ। ପୋଡ଼ାମାରି ଫାଣ୍ଡି ଅଧିକାରୀ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Leave A Reply

Your email address will not be published.