ସେନା ଗାଡି ଦୁର୍ଘଟଣା, 3 ଯବାନ ସହିଦ

0

ଓଡ଼ିଆ ନ୍ୟୁଜ୍: ଜମ୍ମୁ-କଶ୍ମୀରର ରାମବନ ଜିଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍‌ ଘାଟିରୁ ପ୍ରାୟ ୨୦୦-୩୦୦ ମିଟର ତଳକୁ ଖସି ପଡ଼ିଛି। ଫଳରେ ୩ ଯବାନ ଶହୀଦ ହୋଇଛନ୍ତି। ପୋଲିସ, ଏସ୍‌ଡିଆର୍‌ଏଫ୍‌, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଏହି ଟ୍ରକ୍‌ଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା ଏବଂ ମୃତକମାନଙ୍କୁ ରାମବନ ଜିଲା ହସ୍ପିଟାଲକୁ ଅଣାଯାଉଛି। ଦୁର୍ଘଟଣାର କାରଣ ଖୋଜା ଚାଲିଛି।

ଅଧିକାରୀମାନେ କହିଛନ୍ତି ଯେ, ଦୁର୍ଘଟଣାଟି ରବିବାର ପୂର୍ବାହ୍ନରେ ଜାତୀୟ ରାଜପଥ-୪୪ର ବ୍ୟାଟେରି ଚଷ୍ମା ନିକଟରେ ଘଟିଥିଲା। ଏହି ସେନା ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିବା ଏକ କନଭୟର ଅଂଶ ଥିଲା। ଏହି ସମୟ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ତୁରନ୍ତ, ଏସ୍‌ଡିଆର୍‌ଏଫ୍‌, ପୋଲିସ, ସେନା ଏବଂ ସ୍ଥାନୀୟ ସଚ୍ଛୋସେବକମାନଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ।

Leave A Reply

Your email address will not be published.