ଓଡ଼ିଆ ନ୍ୟୁଜ୍: ଭାରତର ୧୧ଟି ସ୍ଥାନରେ ଡ୍ରୋନ ଆକ୍ରମଣ କରିଛି ପାକିସ୍ତାନ। ଶୁକ୍ରବାର ରାତି ୯ଟାରେ ପାକିସ୍ତାନ କରିଛି ଆଟାକ୍। ରାଜସ୍ତାନ, ପଞ୍ଜାବ ଓ ଜମ୍ମୁରେ ଆକ୍ରବଣ ହୋଇଥିବା ସୂଚନା ମିଳିଛି। ଗୋଟିଏ ପରେ ଗୋଟିଏ ଡ୍ରୋନ ଧ୍ୱଂସ କରୁଛି ବାୟୁସେନା।ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ପୁଣି ଥରେ ଏଲଓସିରେ ଗୁଳିମାଡ଼ ଆରମ୍ଭ କରିଛି। ଜମ୍ମୁର ଅନେକ ସ୍ଥାନରେ ପୁଣି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଜମ୍ମୁ, ସାମ୍ବା, ପଠାନକୋଟ ସେକ୍ଟରରେ ପାକିସ୍ତାନୀ ଡ୍ରୋନ ଦେଖାଯାଇଥିଲା।
ଫିରୋଜପୁର, ପଠାନକୋଟ ସୀମାରେ ପାକିସ୍ତାନରୁ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣକୁ ଆକାଶ ମାର୍ଗରେ ଧ୍ୱଂସ କରାଯାଇଥିଲା। ଜମ୍ମୁ ଓ କଶ୍ମୀରରେ ପୁଣି ବଡ଼ ଡ୍ରୋନ ଆଟାକ୍ କରିଛି ପାକିସ୍ତାନ। ଜମ୍ମୁରେ ସମ୍ପୂର୍ଣ୍ଣ ବ୍ଲାକଆଉଟ ଜାରି କରାଯାଇଛି। ଏହା ସହିତ ସାଇରନର ଶବ୍ଦ ଶୁଣାଯାଇଥିବା ବେଳେ ଅତି କମରେ ଦୁଇଟି ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି।