ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଫେରୁଛି ଶାନ୍ତି

0

ଓଡ଼ିଆ ନ୍ୟୁଜ୍: ୫ ଦିନ ପରେ ସ୍ୱାଭାବିକ ସ୍ଥିତି । ଜମ୍ମୁର ବିଭିନ୍ନ ସ୍ଥାନରେ ଫେରୁଛି ସ୍ୱାଭାବିକତା । କାଲି ରାତିରୁ ହୋଇନି ଗୁଳିବର୍ଷା । ରଜୌରୀରେ ଆଉ କୌଣସି ଡ୍ରୋନ ଉଡ଼ୁନଥିବା ସୂଚନା । ଅଖନୁର ସେକ୍ଟରରେ ମଧ୍ୟ ସ୍ଥିତି ସ୍ୱାଭାବିକ । ପଞ୍ଜାବ ଫରୋଜପୁରରେ ବି ଉଡ଼ିନି ପାକିସ୍ତାନୀ ଡ୍ରୋନ୍ । ସୀମାରେ ଆଲର୍ଟରେ ଭାରତୀୟ ସେନା । ଗତକାଲି ଦୁଇ ଦେଶ ମଧ୍ୟରେ ଅସ୍ତ୍ର ବିରତି ନିଷ୍ପତ୍ତି ପରେ ରାତିରେ ପୁଣି ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ।

ପାକିସ୍ତାନ ସେନା ଘୋର ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିଲା ।ଯାହାକୁ ନେଇ ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରିଙ୍କ ସୂଚନା ଦେଇଥିଲେ । ସେ କହିଥିଲେ ଅସ୍ତ୍ରବିରତି ନିଷ୍ପତ୍ତିର ୩ଘଣ୍ଟା ପରେ ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଜମ୍ମୁ କାଶ୍ମୀରର ଏକାଧିକ ସେକ୍ଟରରେ ଗୁଳିଗୋଳା ବର୍ଷା ହୋଇଛି । ଅଖନୁର, ରଜୌରୀରେ ଗୁଳିମାଡ଼ ହୋଇଛି । ପରେ ସେନାକୁ କଡ଼ା ପଦକ୍ଷେପ ନେବାକୁ କୁହାଯାଇଥିଲା । ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନ ଦାୟୀ । ପାକିସ୍ତାନ ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ଦରକାର । ଏଭଳି ଅତିକ୍ରମଣ ରୋକିବାକୁ ପାକିସ୍ତାନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଉ ।

ଭାରତୀୟ ସେନା ସ୍ଥିତି ଉପରେ କଡ଼ା ନଜର ରଖିଛି । କଡ଼ା ପଦକ୍ଷେପ ନେବାକୁ ସେନାକୁ ନିଦେ୍ର୍ଦଶ ଦିଆଯାଇଛି । ଗତ କାଲି ପ୍ରଥମେ ଶ୍ରୀନଗର ଆକାଶରେ ହିଁ ଦେଖା ଯାଇଥିଲା ପାକିସ୍ତାନୀ ଡ୍ରୋନ୍। ଶ୍ରୀନଗରରେ ଶତାଧିକ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ସେପଟେ ପାକିସ୍ତାନ ସୀମା ଆରପଟୁ ଆସୁଥିବା ମାଳ ମାଳ ଡ୍ରୋନ୍ ମାରି ଖସାଇଥିଲା ଭାରତ। ଶ୍ରୀନଗରରେ ବଡ଼ ଧରଣର ଆକ୍ରମଣ ଉଦ୍ୟମକୁ ପଣ୍ଡ କରାଯାଇଥିଲା। ଶ୍ରୀନଗର ଲାଲଚୌକ ଉପରେ ବି ଡ୍ରୋନ୍ ଉଡ଼ୁଥିବାର ଦେଖିବାକୁ ମିଳିଥିଲା। ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ନିଷ୍ପତ୍ତିର ମାତ୍ର ୩ ଘଣ୍ଟା ମଧ୍ୟରେ ଉଲ୍ଲଙ୍ଘନର କରିଥିଲା ପାକିସ୍ତାନ।

 

Leave A Reply

Your email address will not be published.