ବିଷ ପିଇ ପୂରା ପରିବାର ସଫା

0

ଓଡ଼ିଆ ନ୍ୟୁଜ୍: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡ଼ିଆ ପାରଳା ସାହିରେ ଘଟିଛି ଅଭାବନୀୟ ଘଟଣା । ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ ପାଣିଗ୍ରାହୀଙ୍କ ବ୍ରହ୍ମପୁର ମେଡିକାଲରେ ମୃତ୍ୟୁ ଘଟିଛି।

ଗତ ମାର୍ଚ୍ଚ ୨୧ ତାରିଖରେ ଶୁଭାଶିଷଙ୍କ ସ୍ତ୍ରୀ ଶ୍ବେତାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ପାରିବାରିକ କଳହରୁ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲେ ମଧ୍ୟ ଏଯାଏ କାରଣ ଅସ୍ପଷ୍ଟ ରହିଛି। ଏଭଳି ସ୍ଥିତିରେ ଶୁଭାଶିଷ ପିଲାଙ୍କୁ ବିଷ ଖୁଆଇ ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ନିଜ ବାପାଙ୍କୁ ଫୋନ କରି ଜଣାଇବା ପରେ ଘଟଣା ପଦାକୁ ଆସିଥିଲା।

Leave A Reply

Your email address will not be published.