ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ

0

ଓଡ଼ିଆ ନ୍ୟୁଜ୍: ତପସ୍ୱିନୀ ଏକ୍ସପ୍ରେସକୁ ପଥରମାଡ । ରେଙ୍ଗାଲି ଝାରସୁଗୁଡା ମଝିରେ ଟ୍ରେନ୍‌କୁ ପଥର ମାଡ ହୋଇଥିବା ସୂଚନା । ପଥର ମାଡରେ ଟ୍ରେନ୍‌ର କାଚ ଭାଙ୍ଗିବା ସହ ଅନେକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଭୋର ସମୟରେ ସମ୍ବଲପୁର ରେଙ୍ଗାଲି-ଝାରସୁଗୁଡ଼ା ମଝିରେ ତପସ୍ୱିନୀ ଏକ୍ସପ୍ରେସ୍‌କୁ ପଥରମାଡ଼ ହୋଇଛି ।

ଯେଉଁଥିରେ ଟ୍ରେନ୍‌ର କାଚ ଭାଙ୍ଗିବା ସହ ଅନେକ ସିଟ୍‌ ମଧ୍ୟ ନଷ୍ଟ ହୋଇଛି । ସକାଳ ୫ଟା ୪୫ ମିନିଟ୍‌ରେ ଟ୍ରେନ୍‌ B୬ର ସିଟ୍‌ ନମ୍ବର ୧୫ ଏବଂ B-୭ରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ତେବେ କିଏ ଓ କାହିଁକି ପଥର ମାଡ଼ କରିଛନ୍ତି । ଏବେ ଯାଏଁ ସ୍ପଷ୍ଟ ସୂଚନା ମିଳିନାହିଁ । ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.