ଗିରଫ ହେଲେ ଆଉ ଜଣେ ପାକିସ୍ତାନୀ ଗୁପ୍ତଚର

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ଗିରଫ ହେଲେ ପାକିସ୍ତାନୀ ଗୁପ୍ତଚର।ୟୁପି ରାମପୁରର ବ୍ୟବସାୟୀ ସହଜାଦ ଗିରଫ।ସୀମା ପାର ଚୋରାଚାଲଣା ଓ ଗୁଇନ୍ଦାଗିରି କରୁଥିବା ଅଭିଯୋଗ।ଅନେକ ଥର ପାକିସ୍ତାନ ଯାଇଥିଲା ଗିରଫ ଅଭିଯୁକ୍ତ। ପାକିସ୍ତାନରୁ କପଡ଼ା, ମସଲା ଚୋରାଚାଲାଣ କରୁଥିଲା । ପାକିସ୍ତାନରେ ବ୍ୟବସାୟ ନାଁରେ ଆଇଏସଆଇ ସହ ଲିଙ୍କରେ ଥିଲା ।

ସେପଟେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମଲହୋତ୍ରାଙ୍କ ସହ ପ୍ରିୟଙ୍କା ସେନାପତିଙ୍କ ସଂପର୍କକୁ ନେଇ ତନାଘନା କରୁଛି ପୁଲିସ । ଜ୍ୟୋତିଙ୍କ ସହ ସଂପର୍କକୁ ନେଇ ବିବାଦ ତେଜିବା ପରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଲକ୍ କରିଛନ୍ତି ପ୍ରିୟଙ୍କା । ଜ୍ୟୋତି ଗିରଫ ହେବା ପରେ ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଥିଲେ ଦେଶ ତାଙ୍କ ପାଇଁ ପ୍ରଥମ ।ସେ ଜ୍ୟୋତିଙ୍କୁ କେବଳ ବ୍ଲଗର ଭାବେ ଜାଣିଥିଲେ । ଜ୍ୟୋତି ଜଣେ ପାକ୍ ଗୁପ୍ତଚର ବୋଲି ଜାଣିଥିଲେ ତାଙ୍କ ସହ କେବେ ବି ବନ୍ଧୁତା କରିନଥାନ୍ତେ ।

Leave A Reply

Your email address will not be published.