ଇତିହାସ ରଚିଲା SCB ମେଡ଼ିକାଲ:ମାଗଣାରେ ୧୦୦ ତମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ ସମାପନ ହୋଇଛି

0

ଇତିହାସ ରଚିଛି ରାଜ୍ୟର ସର୍ଵ ବୃହତ ମେଡିକାଲ ଏସସିବି। ଏସସିବି ମେଡିକାଲ କ୍ଲିନିକାଲ ହେମାଟୋଲୋଜି ବିଭାଗରେ ମାଗଣାରେ ୧୦୦ ତମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ଆଜି ହୋଇଛି। ଏମ୍ସ ପ୍ଲସ ଦିଗରେ ଆଗାଉଛି ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଜଣେ ପୂର୍ବତନ ବିଧାୟକ ଜ୍ୟାକବ ପ୍ରଧାନଙ୍କର ଏହି ୧୦୦ ତମ ରୋଗୀ ଭାବେ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ସଫଳତାର ସହ କରାଯାଇଛି। ସରକାରୀ ସ୍ତରରେ କୌଣସି ସରକାରୀ ହସ୍ପିଟାଲରେ ୧୦୦ ଟି ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହେବା ଦେଶରେ ପ୍ରଥମ।

୧୦୦ ତମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ବା ବିଏମଟି ୟୁନିଟ ୨୦୧୪ ମସିହାରେ ଏସସିବିରେ ସ୍ଥାପିତ ହୋଇଥିଲା। ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରେ ୧୫ ଲକ୍ଷରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହେଉଥିବା ବେଳେ ରାଜ୍ୟ ସରକାର ଏସସିବିରେ ଏହାକୁ ମାଗଣା କରିଛନ୍ତି। ଏସସିବିରେ ୧୦୦ ଟି ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ମାଗଣାରେ କରି ଓଡିଶା ସାରା ଦେଶରେ ପ୍ରଥମ ହୋଇଥିବା ବେଳେ ଉଭୟ ସରକାରୀ ବେସରକାରୀ ସ୍ତରରେ ପୂର୍ବ ଭାରତରେ କଲିକତା ଟାଟା ମେଡିକାଲ ସେଣ୍ଟର ପରେ ଏସସିବିର ସ୍ଥାନ ରହିଛି।

 

୨୦୧୪ ଏପ୍ରିଲ ମାସରେ ପ୍ରଥମ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ମାଗଣାରେ କେନ୍ଦ୍ରାପଡାର ୫୪ ବର୍ଷୀୟା ମହିଳା ଶଂକୁନ୍ତଳା ସାହୁଙ୍କର ଚିକିତ୍ସା ହୋଇଥିଲା। ଏବେ ସେ ୬୨ ବର୍ଷରେ ପହଁଚିଥିବା ବେଳେ ସୁସ୍ଥ ମଧ୍ୟ ଅଛନ୍ତି। କେବଳ ଶଂକୁନ୍ତଳା ନୁହଁନ୍ତି ତାଙ୍କ ଭଳି ଶହେ ରୋଗୀ ଓଡ଼ିଶାର ଏବେ ମାଗଣାରେ ଏହି ଚିକିତ୍ସା ପାଇ ପାରିଛନ୍ତି। ସେମାନେ ଏସସିବି ମେଡିକାଲ କର୍ତ୍ତୃପକ୍ଷ ବିଭାଗୀୟ ଡାକ୍ତର, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ସାହାଯ୍ୟ ସହଯୋଗ ପାଇଁ ଏସସିବି କର୍ତ୍ତୃପକ୍ଷ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତ।

ଏସସିବି ମେଡିକାଲର ସଂପ୍ରସାରଣ ସହିତ ହେମାଟୋଲୋଜି ବିଏମଟି ୟୁନିଟର ସଂପ୍ରସାରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏସସିବି ଦୁଇ ସପ୍ତାହ ରୋଗୀ ରହି ମାଗଣାରେ ଏହି ଅସ୍ଥିମଜ୍ଜା ପ୍ରତ୍ୟାରୋପଣ ଚିକିତ୍ସା ସହଜରେ ଓ ସୁବିଧାରେ ପାଇ ପାରୁଛନ୍ତି। ଯାହାକି ଅନ୍ୟ ରାଜ୍ୟର ହସ୍ପିଟାଲ ପାଇଁ ଆଦର୍ଶ ପାଲଟିଛି ଏସସିବି।

Leave A Reply

Your email address will not be published.