ଚିଟଫଣ୍ଡ କାଗଜ ପତ୍ର ମିଳୁନାହିଁ: ମନମୋହନ ସାମଲ

0

ଓଡ଼ିଆ ନ୍ୟୁଜ୍: ଚିଟ ଫଣ୍ଡକୁ ମନମୋହନ ସାମଲଙ୍କ ବିସ୍ପୋରକ ବୟାନ । ମନମୋହନ କହିଛନ୍ତି ଚିଟ ଫଣ୍ଡ କାଗଜ ପତ୍ର ମିଳୁନାହିଁ । ଆମ ସଂକଳ୍ପ ପତ୍ର ଅନୁଯାଇ ଚିଟ ଫଣ୍ଡ ଟଙ୍କା ଫେରସ୍ତ ହେବ । ପୂର୍ବ ସରକାର କ’ଣ କରିଛନ୍ତି କ’ଣ ନ କରିଛନ୍ତି ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ ଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି । ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ ।ଆମେ ଶପଥ ନେବା ପୂର୍ବରୁ ଚିଟ ଫଣ୍ଡ କାଗଜ ପତ୍ର ବୁହା ହେଉଥିଲା ।

ସେକଥା ସମସ୍ତେ ଜାଣିଛନ୍ତି । ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି । ୪ରୁ ୧୧ ତାରିଖ ଭିତରେ ନଥିପତ୍ର ନେଇଯାଇଛନ୍ତି ପୂର୍ବ ସରକାର । ଆମେ ସିଆଇଏସଏଫ ଲଗାଇ ବନ୍ଦ କଲୁ । ସରକାର ଏବେ ଚିଟ ଫଣ୍ଡ ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତିା ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟ ଫଣ୍ଡ ଟଙ୍କା ପ୍ରଦାନ କରାଯିବ ।

Leave A Reply

Your email address will not be published.