ଇଲେକ୍ଟ୍ରିକାଲ ଦୋକାନରେ ଭୟାବହ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: ବିଦ୍ୟୁତ୍‌ ସରଞ୍ଜାମ ଦୋକାନରେ ଲାଗିଲା ନିଆଁ।ମୁଖ୍ୟ ବଜାରରେ ଥିବା ଏକ ଦୋକାନରେ ଲାଗିଛି ନିଆଁ।ନିଆଁ ଲିଭାଇବାରେ ୩ଟି ଦମକଳ ବାହିନୀ ଗାଡ଼ି ନିୟୋଜିତ। ବାରିପଦା ସହର ସ୍ଥିତ କେ.କେ. ଏଂଟରପ୍ରାଇଜେଶ ଇଲେକ୍ଟ୍ରି ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ପୋଡିଜଳି ପାଉଁଶ ହୋଇଯାଇଛି ।

ଆଜି ଭୋର ୫ଟା ସମୟରେ ସଟସର୍କିଟକୁ ନେଇ ନିଆଁ ଲାଗିଥିଲା । ନିଆଁ ଭୟରେ ଲୋକେ ବାହାରକୁ ବାହାରି ଆସିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୩ଘଂଟା ପରେ ନିଆଁକୁ ଆୟତ୍ତ କରିଥିଲା। ତେବେ ସହର ମଧ୍ୟ ଭାଗରେ ଥିବା ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନିକାଣ୍ଡ ଘଟିଥିବାରୁ ଆଖପାଖ ଦୋକାନ ଗୁଡିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Leave A Reply

Your email address will not be published.