ନାଲିବତୀ ବ୍ୟବହାର ଉପରେ କଟକଣା

0

ଓଡ଼ିଆ ନ୍ୟୁଜ୍: ମନମୁଖୀ ଭାବେ ଗାଡ଼ିରେ ଲଗାଇପାରିବେନି ନାଲିବତୀ।ଏନେଇ ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ପରିବହନ ସଚିବ | ବିଭିନ୍ନ ବିଭାଗର ଅଧିକାରୀମାନେ ଯେପରି ମନମୁଖି ଭାବେ ଗାଡ଼ିରେ ନାଲିବତୀ ନଲଗାନ୍ତି ସେନେଇ ପ୍ରତ୍ୟେକ ବିଭାଗକୁ ଚିଠି ଲେଖି ସତର୍କ କରାଇ ଦେଇଛନ୍ତି ପରିବହନ ସଚିବ | ଏଥିସହ ରାଜ୍ୟରେ ଶହଶହ ଗାଡ଼ିରେ ନାଲି ବତି ଲାଗିଥିଲାବେଳେ ପ୍ରାଧୂକୃତ କୃତ ଅଧିକାରୀ ଭାବରେ ରାଜ୍ୟ ପରିବହନ ପ୍ରାଧୁକରଣ (ଏସ୍‌ଟିଏ)ରୁ କେହି ଜଣେ ଏଥିପାଇଁ ଅନୁମତି ନେଇନଥିବା ମଧ୍ୟ ପରିବହନ ସଚିବ ତାଙ୍କ ଚିଠିରେ ସ୍ପଷ୍ଟ କରିଛନ୍ତି। ଯେଉଁମାନେ ଗାଡ଼ିରେ ବତି ଲଗାଇବାକୁ ଚାହୁଁ ଛନ୍ତି ସେମାନେ ଏସ୍‌ଟିଏରେ ଆବେଦନ କରି ଅନୁମତିମୂଳକ ଷ୍ଟିକର ନେବା ଲାଗି ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି।

ପରିବହନ ବିଭାଗ ସଚିବ ଶ୍ରୀମତୀ ପାଢ଼ୀ ଏହି ମର୍ମରେ ରାଜ୍ୟ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ଶାସନ ସଚିବ, ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ, ପୁଲିସ୍ ଡିଜି, ଡିଜି ଗୃହରକ୍ଷୀ, ଡିଜି ଅଗ୍ନିଶମ ବିଭାଗଙ୍କୁ ଚିଠି ଲେଖୁ ସେମାନଙ୍କ ଅଧୀନ ଅଧିକାରୀଙ୍କୁ ଗାଡ଼ିରେ ନାଲିବତି ଲଗେଇବାର ଥିବା ନିୟମ ସମ୍ପର୍କରେ ଅବଗତ କରିବାକୁ କହିଛନ୍ତି।କେଉଁ ଗାଡ଼ିରେ ବତି ଲାଗିପାରିବ ସେ ସଂପର୍କରେ ନିଷ୍ପତ୍ତି ନେବା ପାଇଁ ଏସ୍‌ଟିଏକୁ ଦାୟିତ୍ଵ ଦିଆଯାଇଛି। ଯେଉଁ ଅଧିକାରୀଙ୍କ ଗାଡ଼ିରେ ମଲଟି କଲର୍‌ ବତି ଲାଗିବ ତାଙ୍କୁ ଏସ୍‌ଟିଏ ପକ୍ଷରୁ ଏକ ପକ୍ଷରୁ ଏକ ଷ୍ଟିକର ମଧ୍ୟ ଦିଆଯିବ ।

Leave A Reply

Your email address will not be published.