ଓଡ଼ିଆ ନ୍ୟୁଜ୍: ଓଡ଼ିଶାରେ ଜାରି ରହିଛି ପ୍ରାକ୍ ମୌସୁମୀ ବର୍ଷା । ଚାରିଆଡ଼େ ମେଘୁଆ ବାଦଲ, କେଉଁଠି ଝିପିଝିପି, ଆଉ କେଉଁଠି ଅସରାଏ ଲେଖାଏଁ ବର୍ଷା ।ଅନୁମାନ କରାଯାଉଛି, କେରଳ ଭଳି ଓଡ଼ିଶାକୁ ମଧ୍ୟ ଆଗୁଆ ଆସିବ ମୌସୁମୀ । ପ୍ରାୟ ଦୁଇ ସପ୍ତାହ ଆଗୁଆ ମୌସୁମୀ ଓଡ଼ିଶା ଛୁଇଁପାରେ, ଏଇ ମାସ ଶେଷ ସୁଦ୍ଧା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ହିଁ ମୌସୁମୀକୁ ଟାଣି ଆଣିବ ।
ଆସନ୍ତା ୨୬ କିମ୍ବା ୨୭ରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ୨୭ ତାରିଖ ଅପରାହ୍ନରୁ ବର୍ଷା ତୀବ୍ରତା ବଢ଼ିବ । ଆସନ୍ତା ୩୦ ରାତ୍ରି ପର୍ଯ୍ୟନ୍ତ ବର୍ଷା ଲାଗି ରହିପାରେ । ଆସନ୍ତା ୨୮ ଓ ୨୯ ତାରିଖରେ ଉପକୂଳ ଅଞ୍ଚଳ ସମେତ ଅନ୍ୟ କେତେକ ଜିଲ୍ଲାରେ ଅଧିକ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ଅଧିକ ରହିପାରେ ।