ଓଡ଼ିଆ ନ୍ୟୁଜ୍:ନବ ଦାସ ହତ୍ୟା ମାମଲାରେ ପୁଣି କ୍ରାଇମବ୍ରାଞ୍ଚ ଟିମର ଖୋଳତାଡ଼।ଝାରସୁଗୁଡ଼ାରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ର ଖୋଳତାଡ଼।ଗାନ୍ଧି ଛକ ଫାଣ୍ଡିରେ କ୍ରାଇମବ୍ରାଞ୍ଚ ଟିମ୍ର ତନାଘନା ଆରମ୍ଭ।ଅତିରିକ୍ତ ଏସ୍ପିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚ ଟିମ୍ର ତଦନ୍ତ ଆରମ୍ଭ ହୋଇଛି । ସେପଟେ ରାଜପୁର ପଞ୍ଚାୟତ ସରପଞ୍ଚ ସରସ୍ଵତୀ ନାୟକଙ୍କ ସ୍ବାମୀ ଗଣେଶ ବାଗ ଓ ଗୋପାଳଙ୍କ ମୋବାଇଲରୁ ଶେଷ କଲ ଯାଇଥିବା ରାଜପୁରର ପ୍ରବୀଣ ଦେଓଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।
କାହିଁକି ଓ କେଉଁ ପରିସ୍ଥିତିରେ ନବ ଦାସ ହତ୍ୟାକାଣ୍ଡର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ପ୍ରବୀଣ ଦେଓଙ୍କୁ ଫୋନ୍ କରିଥିଲା ସେନେଇ ଜାଣିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । ଅନ୍ୟପଟେ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ମନୋଜ ବରିହାକୁ ଡାକି ପଚରାଉଚୁରା କରିବା ଆରମ୍ଭ କରିଛି ତଦନ୍ତକାରୀ ଟିମ୍ । ଏହି ତଦନ୍ତ ପର୍ଯ୍ୟାୟରେ କ୍ରାଇମବ୍ରାଞ୍ଚ ଆଉ କାହାକୁ ଜେରା କରିବ ସେନେଇ ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।