ଓଡ଼ିଆ ନ୍ୟୁଜ୍: ଆଇପିଏଲ ୨୦୨୫ର ଦ୍ୱିତୀୟ କ୍ବାଲିଫାଏରରେ ପଞ୍ଜାବର ଦମଦାର ମ୍ୟାଚ । ମୁମ୍ବାଇକୁ ହରାଇ ଫାଇନାଲରେ ପଞ୍ଜାବ କିଙ୍ଗସ୍ । ୫ ୱିକେଟରେ ମାତ୍ ହେଲା ପଞ୍ଜାବ କିଙ୍ଗସ୍ । ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟରେ ହରାଇ ଫାଇନାଲରେ ପହଞ୍ଚିଛି ପଞ୍ଜାବ । ଜୁନ ୩ରେ ଫାଇନାଲରେ ମୁହାଁମୁହିଁ ହେବେ ବେଙ୍ଗାଲୁରୁ ଓ ପଞ୍ଜାବ । ପରାଜୟ ସହ ମୁମ୍ବାଇର ଅଭିଯାନ ସମାପ୍ତ ହୋଇଛି ।
ଶ୍ରେୟସ ଆୟର ଅଧିନାୟକତ୍ୱ ଇନିଂସ ଖେଳି ନିଜ ଦଳକୁ ଫାଇନାଲରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣଭୂମିକା ଗ୍ରହଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୬ ୱିକେଟ ହରାଇ ୨୦୩ ରନ କରିଥିଲା । ଜବାବରେ ପଞ୍ଜାବ ଶ୍ରେୟସ ଆୟରଙ୍କ ବିଧ୍ୱଂସୀ ୮୭ ରନ ଓ ନେହଲ ୱେଧରାଙ୍କ ୪୮ ରନ ବଳରେ ମ୍ୟାଚକୁ ଜିତି ନେଇଛି । ଏଲିମିନେଟର ଜିତିବା ପରେ କ୍ୱାଲିଫାୟର-୨ରେ ମୁମ୍ବାଇର ପରାଜୟ ଧାରା ଅବ୍ୟାହତ ରହିଛି । ୨୦୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗସକୁ ୧୩ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା ।