ଶ୍ବାସରୁଦ୍ଧରୁ ୪ ଜଣଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା
ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା।ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା। ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଃଖ ପ୍ରକାଶ ସହ ପରିବାର ବର୍ଗଙ୍କ ପ୍ରତି ଜଣାଇଲେ ସମବେଦନା।ମିଳିଥିବା ସୂଚନା ମୁତାବକ, ୪ଜଣ ଶ୍ରମିକ ପାଇଖାନା ଟାଙ୍କି ସଫା କରୁଥିଲେ। ସେତିକିବେଳେ ସେମାନେ ଶ୍ବାସରୁଦ୍ଧ ହୋଇପଡିଥିଲେ।
ଏନେଇ ଅଗ୍ନିଶମ ବାହିନୀଙ୍କୁ ଖବର ଦିଆଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଛନ୍ତି। ହସ୍ପିଟାଲରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।