ଓଡ଼ିଆ ନ୍ୟୁଜ୍:ଭୁବନେଶ୍ୱରର୧ ନମ୍ବର ମାର୍କେଟରେ ବଡ ଧରଣର ଚଢାଉ ହୋଇଛି । ଡ୍ରଗ୍ସ ଇନ୍ସପେକ୍ଟର ଓ କ୍ରାଇମବ୍ରାଞ୍ଚ ଏସଟିଏଫ ତରଫରୁ ବଡ ଧରଣର ରେଡ୍ କରିଛି ଭିଜିଲାନ୍ସ । ଗୁଟଖା, ମାଦକ ଦ୍ରବ୍ୟ ଓ ଚୋରା ନିଶା କାରବାର ନେଇ ଏ ଚଢାଉ ହୋଇଛି ।
ସାଧାରଣ ଗୁଟଖା ସହ ଜର୍ଦ୍ଦା ପ୍ୟାକେଟକୁ ଲୁଚାଇ ରଖିଥିଲେ ଦୋକାନୀ । ଏ ସଂକ୍ରାନ୍ତରେ ଖବର ପାଇଁ ଅନେକ ଦୋକାନରେ ଚଢାଉ କରାଯାଇଛି । ଚଢାଉ ବେଳେ ବ୍ୟାପକ ପରିମାଣର ଗୁଟଖା ଓ ଜର୍ଦ୍ଦା ଜବତ କରାଯାଇଛି ।