ଟ୍ରକକୁ ପଛପଟୁ ପିଟିଲା ବସ୍, 5 ଗୁରୁତର

0

ଓଡ଼ିଆ ନ୍ୟୁଜ୍: ଟ୍ରକକୁ ପଛପଟୁ ପିଟିଲା ବସ୍ । ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ହୋଇଛନ୍ତି । ଭୁବନେଶ୍ୱରରୁ ଉମରକୋଟ ଯାଉଥିବା ରଘୁନାଥ ନାମକ ବସ । କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା ଥାନା ଚାରବାହଲ ନିକଟରେ ଆଜି ଭୋର ସମୟରେ ରାସ୍ତାରେ ଛିଡା ହୋଇଥିବାବେଳେ ଏକ ଟ୍ରକକୁ ପଛ ପଟୁ ପିଟିଥିଲା ।

ଦୁର୍ଘଟଣାରେ ବସର ଆଗ ପଟ କାଚ ଭାଙ୍ଗି ଚୁରମାର ହୋଇଥିବା ବେଳେ ବସରେ ଥିବା ଅନେକେ ଯାତ୍ରୀ ବସ ମଧ୍ୟରେ ଫସି ରହିଥିଲେ। କିଛି ସ୍ଥାନୀୟ ଲୋକଙ୍କ ସହାୟତା ଓ କୋକସରା ଦମକଳ କର୍ମଚାରୀ ଫସି ଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀଙ୍କ ଜୁନାଗଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ଜଟିଳ ଭାବେ ଗୁରୁତର ଥିବା ଜଣାପଡିଛି। ମୃତ ଯାତ୍ରୀ ଝରିଗାଁର ବୋଲି ସୂଚନା ମିଳିଛି । ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.