ବିସ୍ଫୋରକ ଜବତ ଘଟଣା, ୨ ଦିନିଆ ରିମାଣ୍ଡରେ ଗଲେ ଶ୍ରବଣ ଅଗ୍ରୱାଲ

0

ଓଡ଼ିଆ ନ୍ୟୁଜ୍: ବିସ୍ଫୋରକ ଜବତ ଘଟଣା । ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ୨ ଦିନିଆ ରିମାଣ୍ଡ । ରିମାଣ୍ଡରେ ଆଣି ପଚରାଉଚରା କରିବ ପୋଲିସ । ଉଭୟ ପତିପତ୍ନୀଙ୍କୁ ମୁହାଁମୁହିଁ ଜେରା କରାଯିବ । ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା ପୋଲିସ । ୨ ଦିନିଆ ରିମାଣ୍ଡ ମଞ୍ଜୁର କରିଛନ୍ତି କୋର୍ଟ ।ସେପଟେ ଶ୍ରବଣ ଅଗ୍ରୱାଲଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ଜେରା କରୁଛି ପୋଲିସ । ରାଉରକେଲା ପୋଲିସ ପକ୍ଷରୁ ନୋଟିସ୍ ପରେ ଜେରା କରାଯାଉଛି । ରଘୁନାଥପାଲି ଥାନାରେ ନିକିତାଙ୍କୁ ପଚରାଉଚରା କରାଯାଉଛି ।

ନିକିତାଙ୍କ ନାଁରେ ହାଇଦ୍ରାବାଦରୁ ଆସିଥିଲା ବାରୁଦ ଗାଡ଼ି ।ହାଇଦ୍ରାବାଦରୁ ୧୫ ଟନ୍ ବାରୁଦ ଓ ୩ ଲକ୍ଷ ମିଟର ବିସ୍ଫୋରକରେ ବ୍ୟବହୃତ ତାର ଆସିଲା ପରେ ଖୋଲିଥିଲା ଗୁମର । ହାଇଦ୍ରାବାଦରୁ ଆସିଥିବା ବାରୁଦ ଓ ବିସ୍ଫୋରକ ସାମଗ୍ରୀର ଟେମ୍ପରାରି ପରମିଟ୍ ଗଣମାଧ୍ୟମ ହାତରେ ଲାଗିଛି । ଗିରଫ ଗୋଦାମ ମାଲିକ ଶ୍ରବଣଙ୍କ ନାଁରେ ଅଧା ବାରୁଦ ଆସିଥିବା ବେଳେ ଆଉ ଅଧା ବାରୁଦ ଆସିଛି ନିକିତା ଏଣ୍ଟରପ୍ରାଇଜେସ୍ ମାଲିକ ନିକିତା ଅଗ୍ରୱାଲଙ୍କ ନାଁରେ ।

Leave A Reply

Your email address will not be published.