ଓଡ଼ିଆ ନ୍ୟୁଜ୍: ଦିନ ଦ୍ବିପ୍ରହରରେ ବିଚ୍ ରାସ୍ତାରେ ବୋମାମାଡ଼। ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ଏନ୍ଏଚ୍-୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼।ବୋମାମାଡ଼ରେ ୪ ଜଣ ଆହତ ହୋଇଥିବା ସୂଚନା।
ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର। ବୋମା ମାଡ଼ରେ ଆହତ ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବୋମାମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଅନ୍ୟପକ୍ଷେ ବୋମାମାଡ଼ର କାରଣ ଜଣାପଡି ନ ଥିବା ବେଳେ ପୋଲିସ ଘଟଣାସ୍ଥଳର ପହଞ୍ଚି ତଦନ୍ତ ଆରମ୍ଭ କରିଛି।