ସ୍କୁଲ ସହାୟକଙ୍କୁ ଛୁରାମାଡ଼ କରି ହତ୍ୟା

0

ଓଡ଼ିଆ ନ୍ୟୁଜ୍: ଫ୍ରାନ୍ସର ଏକ ସ୍କୁଲରେ ହତ୍ୟା ଘଟଣା ସାମନାକୁ ଆସିଛି। ଜଣେ ୧୫ ବର୍ଷିୟ ଛାତ୍ର ଜଣେ ୩୧ ବର୍ଷିୟ ସ୍କୁଲ ସହାୟକଙ୍କୁ ଛୁରାମାଡ଼ କରି ହତ୍ୟା କରିଛି। ପୁଲିସ ଏହି ମାମଲାରେ ସଂପୃକ୍ତ ଛାତ୍ରକୁ ପଚରାପଚରି କରୁଛି। ଉତ୍ତର-ପୂର୍ବ ଫ୍ରାନ୍ସର ନୋଗେଣ୍ଟରେ ଏକ ସ୍କୁଲ ଗେଟ୍‌ରେ ଛାତ୍ରଛାତ୍ରୀଙ୍କ ବ୍ୟାଗ୍‌ ଯାଞ୍ଚ କରାଯାଉ ଥିଲା। ଏତିକି ବେଳେ ଏମିତି କାଣ୍ଡ ଘଟାଇଛି ଏହି ଛାତ୍ରଟି।

ହାଉତେ-ମାର୍ନେ ପ୍ରାନ୍ତ କହିଛି ଯେ, ଛାତ୍ରକୁ ନୋଗେଣ୍ଟର ଜେଣ୍ଡରମେରିରେ ହେପାଜତରେ ରଖାଯାଇଛି ଏବଂ ଘଟଣା ବିଷୟରେ ପଚରାଯାଉଛି। ଜେଣ୍ଡରମେ ସେବା କହିଛି ଯେ, ନୋଗେଣ୍ଟ ସ୍ଥିତ ଫ୍ରାଙ୍କୋଇସ ଡୋଲ୍ଟୋ ସ୍କୁଲରେ ବ୍ୟାଗ୍‌ର ଯାଞ୍ଚରେ ସହାଯ୍ୟ କରୁଥିବା ଜଣେ ପୁଲିସ ଅଧିକାରୀଙ୍କୁ ସାମାନ୍ୟ ଆଘାତ ଲାଗିଛି।

Leave A Reply

Your email address will not be published.