ଭିଜିଲାସନ୍ସ ଜାଲରେ ସହକାରୀ ଯନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟର ଆଜି ଗୋଟିଏ ଦିନରେ ବ୍ଲକରେ କାର୍ଯ୍ୟରତ ୨ ଜଣ ମହିଳା ଯନ୍ତ୍ରୀ ୮ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇ ଭିଜିଲାନସ୍ ହାତରେ ଧରାପଡ଼ିଛନ୍ତି। ଏଥିରୁ ଜଣେ ହେଲେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ, ଯିଏକି ୮ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଛନ୍ତି।

ଏହି ଘଟଣାର ଅଳ୍ପ କେଇ ଘଣ୍ଟା ପରେ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ଜଣେ ଗ୍ରାମ ସାଥୀଙ୍କ ଠାରୁ ମନରେଗା କାମରେ ଫାଇନାଲ ବିଲ କରିବା ପାଇଁ ଶେଷ କିସ୍ତି ୮ ହଜାର ଟଙ୍କା ନେବା ବେଳେ ଭିଜିଲାନସ୍ ଟିମ୍ ହାବୁଡ଼ରେ ଧରାପଡ଼ିଛନ୍ତି। ଲମତାପୁଟ ବ୍ଲକର ସହକାରୀ ଯନ୍ତ୍ରୀ ସୁଚିସ୍ମିତା ପରିଜା ମନରେଗା ଯୋଜନାରେ ଘାଟ କଟିଂ କାମରେ ନିୟୋଜିତ ଶ୍ରମିକଙ୍କ ସପକ୍ଷରେ ବିଲ୍ ପ୍ରଦାନ କରିବା ପାଇଁ ଲାଞ୍ଚ ମାଗୁଥିଲା।

ଲମତାପୁଟ ସ୍ଥିତ ତାଙ୍କ ଆବାସିକ ସରକାରୀ କ୍ୱାର୍ଟରରେ ଜଣେ ଅଭିଯୋଗକାରୀ ଗାଁ ସାଥୀଙ୍କଠାରୁ ୧୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଶ୍ରୀମତୀ ପରିଜା କିଛି ଦିନ ତଳେ ଅଭିଯୋଗକାରୀଙ୍କ ଠାରୁ ୫,୦୦୦ ଟଙ୍କା ପାଇଥିଲେ ଏବଂ ବିଲ୍ ପ୍ରଦାନ କରିବା ପାଇଁ ବାକି ୧୦,୦୦୦ ଟଙ୍କା (ପରେ ୮,୦୦୦ ଟଙ୍କାକୁ ହ୍ରାସ କରାଯାଇଥିଲା) ଦେବାକୁ ଅଭିଯୋଗକାରୀଙ୍କୁ ଜିଦ୍ କରୁଥିଲେ।

Leave A Reply

Your email address will not be published.