ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ

0

ଓଡ଼ିଆ ନ୍ୟୁଜ୍: ପ୍ରକାଶ ପାଇଲା ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ । କଳା, ବିଜ୍ଞାନ, ବାଣିଜ୍ୟ ବିଭାଗରେ ଟପ୍ ୱାନ୍‌ରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ । କଳା ବିଭାଗରେ ରାଜନୀତି ବିଜ୍ଞାନ ସର୍ବାଧିକ ୯୨.୮୦% କଟ୍ ଅଫ୍ ମାର୍କ ରହିଛି । ବିଜ୍ଞାନ ବିଭାଗରେ ଭୌତିକ ବିଜ୍ଞାନରେ ୯୩.୬୭%, ଜୈବିକ ବିଜ୍ଞାନରେ ୯୪.୦୦% କଟ୍ ଅଫ୍ ମାର୍କ ରହିଛି ।

ବାଣିଜ୍ୟ ବିଭାଗରେ ୯୦.୫୦% କଟ୍ ଅଫ୍ ମାର୍କ ରହିଛି ।ରାଜଗଙ୍ଗପୁରର ଓମ୍ ମା’ ସରସ୍ୱତୀ ସଂସ୍କୃତ କଲେଜର ଶାସ୍ତ୍ରୀ ବିଭାଗରେ ୬୮.୬୭% କଟ୍‌ ଅଫ୍ ମାର୍କ ରହିଛି । ସେଲ୍ଫ ଫାଇନାନ୍ସିଂ କୋର୍ସ ବିଭାଗରେ ବକ୍ସି ଜଗବନ୍ଧୁ ବିଦ୍ୟାଧର (ସ୍ୱୟଂଶାସିତ) କଲେଜ କମ୍ପ୍ୟୁଟର ସାଇନ୍ସରେ ୮୮.୮୩% କଟ୍‌ ଅଫ୍ ମାର୍କ ରହିଛି । ଆଇନ ବିଭାଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନ ୟୁନିଭରସିଟି ଲ’ କଲେଜରେ ୮୭.୮୦% କଟ୍‌ ଅଫ୍ ମାର୍କ ରହିଛି ।

ରାଜ୍ୟରେ ମୋଟ୍ ଯୁକ୍ତ ୩ରେ ୨ ଲକ୍ଷ ୭୪ ହଜାର ୫୦୯ ସିଟ୍ ରହିଛି । ତେବେ ଏଥିରେ ଆବେଦନ କରିଥିଲେ ୨ ଲକ୍ଷ ୬୫ ହଜାର ୫୯୦ ଛାତ୍ରଛାତ୍ରୀ । ତେବେ ପ୍ରଥମ ପର୍ଯ୍ୟାୟରେ ମୋଟ୍ ମନୋନୀତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧ ଲକ୍ଷ ୭୫ ହଜାର ୭୨୨ । ସେଥିମଧ୍ୟରୁ ୭୦ ହଜାର ୭୪୫ ମୋଟ୍ ଛାତ୍ର ମନୋନୀତ ହୋଇଥିବା ବେଳେ ୧ ଲକ୍ଷ ୪ ହଜାର ୯୬୭ ଜଣ ମୋଟ୍ ଛାତ୍ରୀ ମନୋନୀତ ହୋଇଛନ୍ତି । ସେହିଭଳି ମୋଟ୍ ୧୦ ଜଣ ତୃତୀୟଲିଙ୍ଗୀ ମନୋନୀତ ହୋଇଛନ୍ତି ।

Leave A Reply

Your email address will not be published.